ଶୀତର ମଜା
ଶୀତର ମଜା
ପକା କମ୍ବଳ ପୋତ ଛତା
ଶୁଣୁ ଅବଲୋକରା କହୁଛି କଥା
ରେଜେଇ କିମ୍ବା କମ୍ବଳ ଘୋଡେଇହେଇ ଶୋଇଥିବା ବେଳେ ମନେପଡିଲା ପିଲାଦିନର ସେ କଥା। ସେତେବେଳେ ଶୀତ ବେଶୀ ହେଉଥିଲା। ରେଜେଇ ଘୋଡେଇ ନହେଲେ ଦେହହାତ ଥରେ, ଦାନ୍ଚପାଟି ବାଜେ। ସବୁ ଭାଇଭଉଣୀ ମିଶି ରେଜେଇ ଭିତରେ ପଶି ଘର ଘର ଖେଳ ଖେଳୁଥିଲୁ। ଜଣେ ବାପା ହୁଏ ଆଉଜଣେ ମା । ସାନ ଭାଇ କି ଭଉଣୀ ଛୁଆ ହେଇଯାଏ। ରୋଷେଇ , ଅଫିସ୍ ଯିବା, ସ୍କୁଲ ଯିବା ପରି ଅନେକ କିଛି ତାରିଭିତରେ ହୁଏ। ସବୁକିଛି କରାଯାଏ, କିନ୍ତୁ ମିଛିମିଛିକା । ଘରକରଣା ଭିତରେ ଚାଲୁଥିବା ପ୍ରତିଟି ଘଟଣାର ଅବତାରଣା ସେଇ କମ୍ବଳ ଭିତରେ। ଓଃ କି ମଜା!! ପିଲାଦିନର ସେଇ ସରଳତା ଭିତରେ କମ୍ବଳ ର ଛାତଟା ଭାରି ମଜବୁତ୍ ମନେହୁଏ। ବାପା ମା ହେଉଥିବା ପିଲାମାନେ ବେଶ୍ ଦାୟିତ୍ବ ସମ୍ପନ୍ନ ହେଇଯାଆନ୍ତି ସେତେବେଳେ। ବାହାର ର ଶୀତ ପରି ଅନ୍ୟାନ୍ୟ ଅସୁବିଧା ଟା ସେତେବେଳେ ଦେହକୁ ଛୁଏଁ ନାହିଁ।
ଲାଗେନି ଆମେ ଅଭିନୟ କରୁ ବୋଲି। ସେଇ ଅଭିନୟ ଆମକୁ ସତସତିକା ଦୁନିଆ ସହିତ ତାଳ ମିଳେଇ ଚାଲିବାକୁ ସିଖେଇ ଦିଏ । ସତ ଜୀବନରେ ବଞ୍ଚିବା ପାଇଁ ଯାହାସବୁ ଆମେ କରୁ ଆଶା ଦେଖାଏ ଜୀବନରେ ବଞ୍ଚିବା ପାଇଁ। ସାମୟିକ ଭାବେ ମିଛିମିଛିକା କମ୍ବଳ ଘର ଟା ପରି ସତଘର ଆମକୁ ଅନେକ ସୁରକ୍ଷା ଯୋଗେଇ ଥାଏ। ଆଜି ଅଧିକ ସମୟ ଘରଭିତରେ ବିତେଇବାର ସମୟ ଆସିଛି ବୋଲି ମନଦୁଃଖ କରିବାର ନାହିଁ। ଏ ସମୟ ଚାଲିଯିବ ।
