Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tikeshwar Sahu

Others

5  

Tikeshwar Sahu

Others

ପ୍ରିୟ ଚଳଚ୍ଚିତ୍ର ନାୟକ

ପ୍ରିୟ ଚଳଚ୍ଚିତ୍ର ନାୟକ

1 min
358


 ସୁହାଗ ସିନ୍ଦୁର ଚଳଚ୍ଚିତ୍ରର କଥାବସ୍ତୁ ଓଡ଼ିଶା ପାଇଁ ଏକ ଅବାସ୍ତବ ପରିକଳ୍ପନା ହେଲେ ହେଁ ଚରିତ୍ର ଖୁବ ଆଗ୍ରହ ଓ ଉତ୍ତେଜନା ସୃଷ୍ଟି କରିଥିଲା | ବିଦେଶ ଫେରନ୍ତା ପୁଅ ସାଙ୍ଗ ଦୋସ୍ତ ମାନଙ୍କ ସହ ଅତି ମଜାମଜଲିସ୍ ରେ ସମୟ କଟାଏ | ଝିଅମାନଙ୍କୁ ଏକ ପ୍ରକାର ଖେଳନା ବୋଧ କରୁଥାଏ | ବିଦେଶରେ ପଢ଼ିଲା ବେଳେ ଅନେକ ଝିଅଙ୍କ ସହ ବନ୍ଧୁତା କରୁଥିଲା | ତାକୁ ପାଥେୟ କରି ଓଡ଼ିଶା ଜଳବାୟୁରେ ତାହାକୁ ପ୍ରୟୋଗ କରିବାକୁ ଚାହୁଁଥିଲା | ବେପରୁଆ ଭାବରେ ବୁଲାବୁଲି କରୁଥିଲା | ପିତାମାତାଙ୍କର ଚାପରେ ନିଜ କାରଖାନାରେ ସମସ୍ତ କାର୍ଯ୍ଯଭାର ଗ୍ରହଣ କଲା | ଅଫିସରେ କାର୍ଯ୍ଯ କରୁଥିଏ ଗରିବ ଘରର ଝିଅଟିଏ | ବାପାଙ୍କର ଅତି ପ୍ରିୟ ସିଏ ,ଅତି ଆପଣାର | ନାୟକ ସହ ସେହି ଝିଅଟିର ଦେଖାହୁଏ | ବାପା ଓ ଅଜା ବାଧ୍ୟ କରନ୍ତି ସେହି ଝିଅଟିକୁ ବିବାହ କରେଇବାକୁ | ନାୟକ ରାଜିହୁଏ | ମାତ୍ର ଗୋଟିଏ ସର୍ତ୍ତରେ | ଗୋଟିଏ ବର୍ଷର ବିବାହ ସର୍ତ୍ତ | ବର୍ଷେ ପରେ ବିବାହ ବିଚ୍ଛେଦ ହେବ | ତଥାପି ନିଜର ଭବିଷ୍ୟତକୁ ଭ୍ରୁକ୍ଷେପ ନ କରି ସେହି ସର୍ତ୍ତରେ ରାଜି ହୁଅନ୍ତି | ତାହାହିଁ ହୁଏ | ମାତ୍ର ଏକଥା ଝିଅର ପିତାମାତା ଜାଣିନଥାନ୍ତି | ବର୍ଷେ ପରେ ବିବାହ ବିଚ୍ଛେଦ ସମୟରେ ନାୟକଙ୍କ ଦୁର୍ଘଟଣାରେ ଶକ୍ତ ଆଘାତ ଲାଗେ | କୋମାରେ ରହନ୍ତି | ତଥାପି ବିବାହ ବିଚ୍ଛେଦ ପରେ ମଧ୍ୟ ସେ ନାୟକଙ୍କ ସେବା କରନ୍ତି ଓ ସୁସ୍ଥ କରାନ୍ତି | ଆରୋଗ୍ୟ ହେବା ପରେ ସେମାନଙ୍କର ନିଷ୍ପତ୍ତି ବଦଳିଯାଏ | ପରିଶେଷରେ ନାୟକ ନାୟିକା ସ୍ଥାୟୀ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି | ବନ୍ଧନ ସୁଖମୟ ହୁଏ |ନାୟକ ବିଦେଶର ଆଭିମୁଖ୍ୟକୁ ଭୁଲି ଓଡ଼ିଶାର ସଂସ୍କାରରେ ପରିଚାଳିତ ହୁଏ।


Rate this content
Log in