Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Others

2  

Kamal Kumar Dash

Others

ଛାତ ଉପରର ଫୁଲ

ଛାତ ଉପରର ଫୁଲ

2 mins
321


ସହରରେ ଗଛଲଗାଇବା ପାଇଁ ଜାଗା ନଥାଏ | ତେଣୁ ଛାତ ଘର ଉପରେ ପ୍ରାୟ ସମସ୍ତେ ଫୁଲ ଗଛ ଲଗାନ୍ତି | ଆମ ଘର ଆଗରେ ଥିବା ଘର ଛାତ ରେ ବି କିଛି ଫୁଲ ଗଛ ଲଗା ହୋଇଥିଲା | ତାକୁ ଦେଖି ମତେ କିନ୍ତୁ ଟିକେ ଡର ଲାଗୁଥିଲା , କାରଣ ଫୁଲ ଗଛର କୁଣ୍ଡ ଗୁଡିକ ଛାତ ର ଠିକ ଧାରରେ ଥିଲା ଓ ତା ତଳେ ତାଙ୍କ ଘରର ଗେଟ ଥିଲା | ମୁଁ ଦିନେ ଭାବିଲି ତାଙ୍କୁ କହିବି ଫୁଲ ଗଛର କୁଣ୍ଡ ଗୁଡିକୁ ଛାତ ର ଧାରରେ ନ ରଖି ଟିକେ ଭିତରକୁ ରଖନ୍ତୁ ,ଫୁଣି ଭାବିଲି ସେ ଯଦି ଖରାପ ଭାବିବେ ଓ କହିବେ ଆପଣ ଙ୍କର କଣ ଯାଉଛି | ସେ ସବୁ ଭାବି ଚୁପ ରହିଲି |

ତାପର ଦିନ ସକାଳ 9ଟା ହେବ ମୁଁ ଛାତ ଉପରେ ବୁଲୁ ଥାଏ | ଅନ୍ୟ ମନସ୍କ ଭାବରେ ସେ କଥା ବି ଚିନ୍ତା କରୁଥାଏ ,କାରଣ ଆମ ଘରେ ଥରେ ଛାତ ଧାରରେ ଥୁଆ ହୋଇଥିବା ଇଟା ଖସି ନନାଙ୍କ ହାତ ଖଣ୍ଡିଆ ହୋଇଯାଇଥିଲା | ଜଣେ କିଏ ଗୋଟେ ମଟର ସାଇକେଲ ରେ ଆସି ଆଜି ଘର ଗେଟ ପାଖରେ ରହିଲେ ଓ ଗାଡି ରଖି ତାଙ୍କ କଲିଂ ବେଳ ଦବାଇଲେ | ଠିକ ସେହିସମୟରେ ଗୋଟେ କୁଆ ଛାତ ଧାରରେ ସେ ଫୁଲ ଗଛ ପାଖରେ ବସିଥିଲା ଓ ବେଲ ବଜେଇଲାରୁ ଉଡ଼ିଗଲା ତା ପର ଲାଗି ଗୋଟେ ଗଛ ର କୁଣ୍ଡ ଛାତରୁ ତଳ କୁ ଖସି ପଡିଲା ଓ ଗେଟ ଆଗରେ ଠିଆ ହୋଇଥିବା ଭଦ୍ର ଲୋକଙ୍କ ମୁଣ୍ଡ ରେ ପଡିଲା | କିନ୍ତୁ ସେ ହେଲମେଟ କାଢି ନଥିବାରୁ ତାଙ୍କର ସେତେ କିଛି ହେଲାନି | ଫୁଲ ଗଛ ର କୁଣ୍ଡ ଟା ତାଙ୍କ ମୁଣ୍ଡ ରେ ପଡିଲାପରେ ତଳେ ପଡି ଖଣ୍ଡ ଖଣ୍ଡ ହୋଇଗଲା | ଶବ୍ଦ ଶୁଣି ସମସ୍ତେ ବାହାରକୁ ବାହାରି ଆସିଲେ | ମାଡାମ ବହୁତ ମନଦୁଃଖ କଲେ ଓ ସଙ୍ଗେ ସଙ୍ଗେ ଗଛ ର କୁଣ୍ଡ ଗୁଡିକୁ ଛାତର ଧାର ରୁ କାଢି ନିଆଗଲା |


Rate this content
Log in