Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tikeshwar Sahu

Others

3  

Tikeshwar Sahu

Others

ପ୍ରିୟ ଧାରାବାହିକ‐ ମିଥୁନ ରାଶି

ପ୍ରିୟ ଧାରାବାହିକ‐ ମିଥୁନ ରାଶି

2 mins
268


ଅଶୀ ଦଶକ ପରେ ଟେଲିଭିଜନ ସାମଗ୍ରିକ ଭାବେ ଧନୀକ ଶ୍ରେଣୀର ଲୋକମାନଙ୍କର ସୌଖିନ ସାମଗ୍ରୀ ଭାବେ ପରିଗଣିତ ହେଲା | ସେତେବେଳେ ଦୂରଦର୍ଶନ କେବଳ ଧାରାବାହିକ ଦେଖାଉଥିଲା | ନବେ ଦଶକ ବେଳକୁ ଟିଭି ଆହୁରି ଲୋକପ୍ରିୟ ହେବାକୁ ଲାଗିଲା | ଦୂରଦର୍ଶନ ବ୍ୟତୀତ ରାମୋଜୀ ରାଓ ତଥା ଅନ୍ୟାନ୍ୟ କେତେକ ପ୍ରୋଡ୍ୟୁସର ଆଗେଇ ଆସିଲେ | ଦିନକୁ ଦିନ ଫିଲ୍ମହଲ ପରିବର୍ତ୍ତେ ଘରେ ବସି ଫିଲ୍ମ ଓ ଧାରାବାହିକ ଦେଖିବାରେ ପରିବର୍ତ୍ତିତ ହେବାକୁ ଲାଗିଲା | ବର୍ତ୍ତମାନ ଦେଖିବାକୁ ଗଲେ ଟେଲିଭିଜନରେ ଅସଂଖ୍ୟ ଧାରାବାହିକ ଓ ଚଳଚ୍ଚିତ୍ର ଦେଖିବାକୁ ମିଳୁଛି | ଅନେଶତ ସାଲ ବେଳକୁ ହିନ୍ଦି ଦୂରଦର୍ଶନ ଧାରାବାହିକ ଶକ୍ତି, ଚନ୍ଦ୍ରକାନ୍ତା, ଭାରତ ଏକ୍ ଖୋଜ୍ ଇତ୍ଯାଦି ବେଶ ଲୋକପ୍ରିୟ ଥିଲା | ତତ୍ ପରବର୍ତ୍ତି ସମୟରେ ଓଡ଼ିଆରେ ମଧ୍ୟ ଅନେକ ଧାରାବାହିକ ପ୍ରସ୍ତୁତି ସହ ଲୋକପ୍ରିୟ ହେବାକୁ ଲାଗିଲା | ଓଡ଼ିଆରେ ଶ୍ରୀଜଗନ୍ନାଥ, ତୁଳସୀ, ବଡ଼ ଘର ବଡ଼ ଗୁମର କଥା, ମାଉସୀ, ଚୋରାବାଲି ଇତ୍ଯାଦି ବହୁ ଲୋକପ୍ରିୟତା ହାସଲ କରିଅଛି | ଇଟିଭିରେ ଆରମ୍ଭ ହୋଇଥିବା ଫୁଲ ଅପେରା ଏକ ବିଶେଷ ଆକର୍ଷଣ କରିଥିଲା | ବର୍ତ୍ତମାନ ତାରକ୍ ମେହେଟ୍ଟାଙ୍କ "ଓଲଟା ଚଷମା" ଏକ ପ୍ରିୟ ଧାରାବାହିକ | ପ୍ରାର୍ଥନା ଚେନାଲର ଓଡ଼ିଆ ବାଦିପାଲା ଅଶେଷ ଜ୍ଞାନର ଭଣ୍ଡାର | କଲର୍ସ ଓଡ଼ିଆର ପ୍ରିୟ ଧାରାବାହିକ ହେଉଛି ମିଥୁନରାଶି, ଯାଯାବର ମନ ମୋର, ଲକ୍ଷ୍ମୀ ପ୍ରତିମା, ଏଇ ମିଳନ ଯୁଗଯୁଗର, ବାଳକୃଷ୍ଣ ତଥା ଭାଗ୍ଯ ହାତରେ ଡୋରି |          


ମିଥୁନ ରାଶି ଅଣଓଡ଼ିଆ ଧାରାବାହିକ | ଓଡ଼ିଆରେ ଡବିଂଗ କରାଯାଇଥିବା ମିଥୁନରାଶି ଧାରାବାହିକଟି ବେଶ ଚଳଚଞ୍ଚଳ | ବିଶେଷ କରି ଧନୀ ଘର ପୁଅ ମିଥୁନ ଓ ଗରୀବ ସାଧାରଣ ପରିବାରର ଝିଅ ରାଶି | ମିଥୁନ ତାଙ୍କର ଉଚ୍ଚ ଧନୁ ପରିବାରର ଚଳଣୀକୁ ବଜାୟ ରଖିଲା ବେଳକୁ ରାଶି ଅତି ସରଳ ତଥା ଶିଶୁ ସୁଲଭ କଥା ଓ ଚଳଣିରେ ଦର୍ଶକଙ୍କ ମନକୁ ହରଣ କରେ | ସ୍ବାମୀଙ୍କ ସହ ନିଜ ଅଜାଣତରେ ଅନେକ ଥର ସାମାନ୍ୟ ଝଗଡ଼ା କରନ୍ତି, ଯାହାକି ଦର୍ଶକୀୟ ଆଦୃତି ଲାଭ କରିଛି | ଅନ୍ଯ ପକ୍ଷରେ ରାଶି ଶାଶୁଘର ଓ ନିଜ ପରିବାରର କୁଶଳ ପାଇଁ ଆପ୍ରାଣ ଉଦ୍ୟମ କଲାବେଳେ ବଡ଼ ଭଉଣୀ ସୁରକ୍ଷା ଅତି ଆତ୍ମକେନ୍ଦ୍ରିକ ସ୍ବାର୍ଥପର ହେଉଥିବାର ଦେଖାଯାଏ | ପିଲାଦିନୁ ହରାଇ ଥିବା ବାବୁ( ସମର୍ଥ)କୁ ପାଇବାକୁ ମିଥୁନର ମାଆଙ୍କ ଚରିତ୍ର ଏକ ଅତି ଆଦର୍ଶ ମାଆ ଭାବେ ପରିଚିତ | ପୁଣି ଆଜିର ସମାଜରେ ରାଶିର ପ୍ରିୟ ଶାଶୁ ଭାବେ ମିଥୁନର ମାଆ ଏକ ଉଚ୍ଚ ଆଦର୍ଶର ମାଇଲ ଖୁଣ୍ଟ ଭଳି | ମୋଟ ଉପରେ ଧାରାବାହିକଟି ଦର୍ଶକର ବେଶ ମନୋହାରୀ ଓ ଚିତ୍ତାକର୍ଷକ ।     


Rate this content
Log in