Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narendra Prasad Behera

Children Stories Others

3  

Narendra Prasad Behera

Children Stories Others

ମା' ଭଗବତୀଙ୍କ

ମା' ଭଗବତୀଙ୍କ

1 min
325



     ପ୍ରାଚୀନ କାଳରେ ଦୁର୍ଗମ ନାମରେ ଏକ ଦୈତ୍ଯ ଥିଲା । ସେ ଭଗବାନ ବ୍ରହ୍ମାଙ୍କୁ ତପସ୍ଯା ଦ୍ବାରା ସନ୍ତୁଷ୍ଟ କରି ସମସ୍ତ ବେଦକୁ ନିଜ ଅଧୀନକୁ ନେଇ ଆସିଲା । ଫଳରେ ଦେବଗଣଙ୍କ ବଳ କ୍ଷୀଣ ହୋଇଗଲା । ଏହାପରେ ଦୁର୍ଗମ ଦୈତ୍ଯ ଦେବତାମାନଙ୍କୁ ପରାସ୍ତ କରି ସ୍ବର୍ଗ ଉପରେ ଅଧିକାର ସାବ୍ଯସ୍ତ କରିନେଲା । ଅନ୍ଯ ଉପାୟ ନପାଇ ଦେବଗଣ ଭଗବତୀ ଦେବୀଙ୍କୁ ଆବାହନ କଲେ । ଶୁମ୍ଭ-ନିଶୁମ୍ଭ,ମଧୁ-କୈଟଭ ତଥା ଚଣ୍ଡ-ମୁଣ୍ଡଙ୍କ ଭଳି ଦୈତ୍ଯଙ୍କୁ ସଂହାର କରିଥିବା ଦେବୀଙ୍କୁ ଦେବତାମାନେ ଆହ୍ବାନ କଲେ । ଦେଵତାମାନଙ୍କ ଆହ୍ବାନ ଶୁଣି ଦେବୀ ପ୍ରକଟ ହେଲେ । ସେ ଦେଵତାମାନଙ୍କୁ ସେମାନଙ୍କ ଭୟର କାରଣ ପଚାରିଲେ । ସମସ୍ତ ଦେବଗଣମାନେ ଏକ ସ୍ବରରେ କହିଲେ ଯେ ଦୁର୍ଗମ ନାମକ ଦୈତ୍ଯ ସମସ୍ତ ବେଦ ତଥା ସ୍ବର୍ଗ ଉପରେ ନିଜର ଅଧିକାର ସାଵ୍ଯସ୍ତ କରିବାକୁ ଚାହୁଁଛି । ଆମକୁ ନାନା ଯାତନା ଦେଉଛି । ଆପଣ ତା'ର ବଧ କରନ୍ତୁ । ଦେଵତାମାନଙ୍କ କଥା ଶୁଣି ଦେବୀ ସେହି ଦୈତ୍ଯକୁ ବଧ କରିବା ଲାଗି ରାଜି ହୋଇଗଲେ । ଏକଥା ଦୁର୍ଗମ ଦୈତ୍ଯ ଜାଣିବା ପରେ ସେ ଦେଵତାଙ୍କ ଉପରେ ପୁଣିଥରେ ଆକ୍ରମଣ କଲା । ମାତା ଭଗବତୀ କିନ୍ତୁ ଦୈତ୍ଯର ସମସ୍ତ ସେନାକୁ ବିନାଶ କରିଦେଲେ । ସେନାଙ୍କ ସଂହାର ହୋଇଯାଉଥିବା ଦେଖି ଦୁର୍ଗମ ନିଜେ ଯୁଦ୍ଧ କରିବା ନିମନ୍ତେ ଆସିଲା । ଦୁହିଁଙ୍କ ମଧ୍ଯରେ ଭୟଙ୍କର ଯୁଦ୍ଧ ହେଲା । ଶେଷରେ ଭଗବତୀ ଦୁର୍ଗାଙ୍କ ହାତରେ ପ୍ରାଣ ହରାଇଲା । ଦୁର୍ଗମ ନାମକ ଦୈତ୍ଯର ବିନାଶ କରି ଥିବାରୁ ଦେଵୀଙ୍କ ନାମ "ଦୁର୍ଗା '' ହେଲା । ଆଧ୍ଯତ୍ମିକ ଦୃଷ୍ଟି କୋଣରୁ ଦେଖିଲେ, ସେ ଦୁର୍ଗତୀ ନାଶ କରିଥିବାରୁ ତାଙ୍କୁ " ଦୁର୍ଗା " ବୋଲି ମଧ୍ଯ କୁହାଯାଏ ।



Rate this content
Log in