Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajalaxmi Tripathy

Others

2  

Rajalaxmi Tripathy

Others

କ୍ଷୁଦ୍ରଗଳ୍ପ(ସଂଜୁବାଳା)

କ୍ଷୁଦ୍ରଗଳ୍ପ(ସଂଜୁବାଳା)

1 min
7.2K


  ସଂଜୁବାଳା ଦେବୀ ପରାଧୀନ ଭାରତରେ ତାଙ୍କର ଜନ୍ମ।ଦେଶ ସ୍ବାଧୀନତା ବେଳକୁ ଗାଁ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ । ବାପା କୃଷକ । ବଡ଼ଭଉଣୀ ଅଳ୍ପ ବୟସରେ ବିବାହ ହୋଇଥିଲା।ଭିଣୋଇ ଜଣେ ସ୍ବାଧୀନତା ସଂଗ୍ରାମୀ । ପ୍ରାଥମିକ ଶିକ୍ଷା ଶେଷ ପରେ ଅଧିକ ପଢିବାର ସୁଯୋଗ ନଥିଲା ସଂଜୁବାଳାଙ୍କର । ଶିକ୍ଷା ପ୍ରତି ତାଙ୍କର ଅହେତୁକ ଆଗ୍ରହ ଦେଖି ଭିଣୋଇ ମଧୁଭାଇ ତାଙ୍କୁ ବରୀ ସେବାଶ୍ରମ(ସ୍ବର୍ଗତାଃ ମାଳତୀ ଚୌଧୁରୀ ଓ ମା ରମାଦେବୀଙ୍କ ଦ୍ବାରା ପରିଚାଳିତ)ରେ ଅନ୍ତେବାସିନୀ କରାଇଥିଲେ । ଆଶ୍ରମର ବିଭିନ୍ନ କାର୍ଯ୍ୟକ୍ରମରେ ସେ ଥିଲେ ଅତ୍ୟନ୍ତ ଶୃଙ୍ଖଳିତ ଓ ସମସ୍ତଙ୍କର ପ୍ରିୟପାତ୍ରି । ଏବେ ବି ମନେପଡେ ତାଙ୍କର ମାଙ୍କର ସେହି ବାଣୀ-"ଜୀବନ ଏକ କ୍ଷୁଦ୍ର ଅର୍ବୁଦ, ତାହା ମିଳେଇ ଯିବା ପୂର୍ବରୁ ବହୁ କାମ କରିବାର ଅଛି।"ଶପଥ ନେଇଥିଲେ ସଂଜୁବାଳା ବିବାହ ନକରି ସମାଜ ସେବା କରିବେ । ଏ ଶପଥ ଭଗ୍ନ ହେଲା।ତିନି ବର୍ଷ ମଧ୍ୟରେ ବାପା ଓ ମାଙ୍କର ଆକସ୍ମିକ ମୃତ୍ୟୁ ଯୋଗୁଁ ଗାଁକୁ ବାଧ୍ୟହେଲେ ଫେରିବାକୁ । ଆଶ୍ରମ ଯୋଗ୍ୟତା ଭିତ୍ତିରେ ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ହେଲେ । ଏଥିସହିତ ଗାଁ ରଉନ୍ନତିମୂଳକ କାର୍ଯ୍ୟ ରେଲାଗି ରହୁଥିଲେ।ସରକାରୀ ସେବା ନିବୃତ ପରେ ମଧ୍ୟ ଏଥିରୁ ଏପର୍ଯ୍ୟନ୍ତ ବିରତ ହୋଇନାହାନ୍ତି । ସାନଭାଇ ଭଉଣୀ ସମସ୍ତେ ଦୂରରେ । ଗାଁରେ ସେ ଏକାକୀ । ରାତି ୧୦ଟା ବାଜିଛି । ହଠାତ ସାମ୍ନା ଘର ବାବୁଲି ପ୍ରଧାନ ଘରୁ  ବାବୁଲିର ଚିତ୍କାର ଶୁଣିଲେ ସଂଜୁବାଳା।ବୁଝିପାରିଲେ ବାବୁଲି ନିଶାଗ୍ରସ୍ତ ହୋଇ ଘରେ ଉତ୍ପାତ କରୁଛି।ତାଙ୍କ କବାଟ ପିଟି ଗାଁ ପିଲାଟିଏ କହୁଛି-ସଂଜୁ ଦିଦି, ଦେଖିବ ଆସ ବାବୁଲି ମଦନିଶାରେ ତା ସ୍ତ୍ରୀକୁ କଟୁରୀରେ ଚୋଟ ପକାଇଛି। ମୁଁ ପୋଲିସକୁ ଖବର ଦେଇସାରିଛି । ବିକଳ ହୋଇ କାନ୍ଦି କାନ୍ଦି ସଂଜୁବାଳା କହୁଥିଲେ"ହେ ଭଗବାନ ଆମ ଲଢ଼େଇ ଏବେ ବି ବାକି ଅଛି । ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ଲଢ଼େଇ ବ୍ରିଟିଶ ଶକ୍ତି ବିରୁଦ୍ଧରେ ଲଢ଼େଇ ଠାରୁ ବହୁଗୁଣରେ କଷ୍ଟକର।"


Rate this content
Log in