Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଡମି
ଡମି
★★★★★

© ସତ୍ୟବତୀ ସ୍ୱାଇଁ

Others

2 Minutes   7.9K    25


Content Ranking

ମୁଁ" ଡ଼ିଜାଇନି "ସୁନା ଝିଅଟିଏ।

ଆଗାମୀ କାଲି କଥା ଭାବିଲେ ମୋତେ ଭୟ ଲାଗେ । କାଲିଟା ମୋର କିଟି ମିଟି ଅନ୍ଧାରରେ । ସେଇ ଅଜଣା ଅନ୍ଧାରରେ ମୁଁ ଅନ୍ଧ ଭାବେ ଅଣ୍ଡାଳୁଛି ମୋ ଭବିଷ୍ୟତ,ବାକି ପଡିଥିବା ଜୀବନ ପିଲା ଦିନ,ମନ କାଇଦା ,କଟକଣା,ଶିକ୍ଷା,ସଂସ୍କାରରେ ଯେନତେନ ସାଲିସ କରି ବଞ୍ଚିଆସିଲି । ମାତ୍ର ଏବେ ମୁଁ ବ....ଡ ହେଇଗଲିଣି ନା... ଅନ୍ୟର ଗୁହାଳ,ଖୁଣ୍ଟ,କଂସେଇ ଖୋଜା ଚାଲିଲାଣି । ଖୁଆଇ ପିଆଇ ହୃଷ୍ଟ ପୃଷ୍ଠା ସୁଶୀଳ,ଶିକ୍ଷିତ ,ସଂସ୍କାରି କରି ବଢ଼େଇବେ । ବଡ ହେଇ ଗଲେ ଭଲ ଗୁହାଳ,ମଜଭୁତ ଖୁଣ୍ଟ ଦେଖି କି ବାନ୍ଧି ପକାଇବେ। ସତେ କି ପାହାଡ ବୋଝ ଏଇ ଝିଅ ଗୁଡ!!ଶେଷରେ ନିଜ ଇଚ୍ଛାରେ ପସନ୍ଦର ଭଲ ଭାବୁଥିବା କଂସେଇ ହାତରେ ମୋଟା ଅଙ୍କର ଦକ୍ଷିଣା ଦେଇ ବୋଝ ମୁକ୍ତ ହେଇ ଯିବେ। ଏବଂ ତାପରେ.....

ଇସ୍! କି ଅବାଂଛିତ ପରିସ୍ଥିତି....।ବାରମ୍ବାର ହେୟାର ଡାଏ କର,ସଜ ହୁଏ,ଶାଢ଼ୀ ପିନ୍ଧ,ଘୋଡ଼ି ଘାଡି ହୁଏ,ଧୀରେ ପାଦ ଚିପି ଚିପି ଅନ୍ୟର ଭୋକିଲା ଆଖି ସାମନାକୁ ଯାଅ । କେତେ ଅବାନ୍ତର କଥା...

"ଫୋଫା କରି କହିବୁ ନାହିଁ, ଆସ୍ତେ ଉତ୍ତର ଦେବୁ, ହସ ହସ ମୁହଁ କରିବୁ, ଉଦଣ୍ଡିଙ୍କ ପରି ହେବୁ ନାହିଁ, ପାଦ ଛୁଇଁ ପ୍ରଣାମ ହେବୁ, ସରବତ ଆଗ ବଡଙ୍କ ଠାରୁ ଆରମ୍ଭ କରିବୁ, ଆସିଲା ବେଳେ ବି ପ୍ରଣାମ କରିବୁ, ନ କହିଲା ଯାଏ ବସିବୁ ନାହିଁ"।

କାନରେ ଆଗରୁ ଦି’ ଚାରି ଥର କୁହା ଯାଇଥିବ ଷ୍ଟେଜକୁ ଯିବା ପୂର୍ବରୁ । ସତେ କି ଘୋଷାରି ଘୋଷାରି ଛେଳିକୁ ନିଆଯିବ ହାଣ ମୁହଁକୁ ସଜେଇ,ଫୁଲ ମାଳ,ସିନ୍ଦୁର ଦେଇ।

ଯଦି ରିଜେକ୍ଟ ହେଲ ସବୁ ଦୋଷ ଝିଅର । ଶାଢ଼ୀଟା ଢଙ୍ଗରେ ପିନ୍ଧି ନଥିଲୁ । ଠୋସ ଠାସ କହିଲୁ,ହସୁଥିଲୁ ବି ଜୋଅରେ,ମୁହଁ ଉପରକୁ କରି ବସିଥିଲୁ,ଷ୍ଟାଇଲି ମାରୁଥିଲୁ,ତୁ କ’ଣ ପୁଅଟାକୁ ପ୍ରଶ୍ନ ପଚାରିଲୁ??କାନି ଘୋଡେଇ ନଥିଲୁ କାନ୍ଧରେ? ମନେମନେ ଉର୍ବଶୀଟାଏ ନା ଆଇ ଏସ ଅଫିସର ଇତ୍ୟାଦି ଖୁଣ୍ଟା,ଆକ୍ଷେପ ଘର ଲୋକଙ୍କ ଦିନାକେତେ ଚାଲିବ । ସାଇ ଭାଇ କହିବେ ବୁଢ଼ୀ ହେଲାଣି ହାତକୁ ଦି’ ହାତ କେବେ ହେବ କେଜାଣି । କେହି କେହି କହିବେ ରବି ସୁଦ୍ଧି ଗୁରୁ ସୁଦ୍ଧି ଆସିଲେ ନା ତମେ ଖାଲି ଥେଇ ଥେଇ ହେଲେ ହେବ?ନିଦ ହଜି ଯିବ ବାପା ମାଙ୍କର । ସତରେ କ’ଣ ଝିଅ ବୋଝ??

ପୁଣି ସେଇ ବିରକ୍ତିକର ପରିସ୍ଥିତିର ମୁହାଁମୁହିଁ ଆଉ କିଛି ଅଚିହ୍ନା ମୁହଁ ଓ ପ୍ରଶ୍ନର ।ଅଦେଖା ହାତର ଚିନ୍ତା । ବାଧ୍ୟ ବାଧକତାର ମୂଲଚାଲ ପରେ ଦଉଡ଼ିରେ ବନ୍ଧା ହୋଇ ଟାଣିଟାଣି ନେଇ ଖୁଣ୍ଟରେ ବାନ୍ଧିବା ପରମ୍ପରା ଓ ବିଧି । ପାରମ୍ପାରିକ ଶଗଡ଼ ଗୁଳା,ବେଦୀ ,ହୋମ,ମନ୍ତ୍ର ପାଠ..ଯଥା ରାବଣସ୍ୟ-----ମନ୍ଦୋଦରୀ...

ଏଥିରେ ସମସ୍ତଙ୍କ ମନ କ’ଣ ମାନେ,ବୁଝେ???ହଁ

ବାଧ୍ୟରେ ବନ୍ଧା ହେଉହେଉ ଚାଲିବା ଜରୁରୀ ହେଇ ପଡେ । ଅଚିହ୍ନା ମୁହଁ, ସମ୍ପର୍କ,ପରିବେଶ ଆସ୍ତେ ଆସ୍ତେ ଅଭିନୟ କରୁ କରୁ ଆପଣେଇ ନେବାକୁ ପଡେ।

ପଛରେ.....ବହୁ ପଛରେ ବିଳାପ କରନ୍ତି ମନ,ହୃଦୟ,ସ୍ଵପ୍ନ,ଆଶା,ଆକାଂକ୍ଷା ।ସମୟ ଦଉଡେ । ସମୟ ସହିତ ଦଉଡନ୍ତି କେତୁଟା ମୋ ପରି ଝିଅ,ଛେଳି,ଗାଈ ପରି କ୍ଲାନ୍ତ ହୋଇ ମୁହଁରେ ରଙ୍ଗ ପାଉଡର ମାଖି ପୋଖତ ଅଭିନୟ କରନ୍ତି। ଭିତରେ ଜଳନ୍ତି ;ହେଲେ ଧାସ ବାଜେନି କାହା ଦେହରେ;କାନ୍ଦନ୍ତି ବେଶି ଲୁଚେଇ ଲୁଚେଇ କିନ୍ତୁ ଦେଖେଇ ହୁଅନ୍ତି ସଂସାରର ସବୁଠୁ ବେଶି ଖୁସି ଥିବା ମଣିଷ ନାମୀ" ସୁନା ଝିଅ "ମାନେ। ତକିଆ ଓ ଲୁଗା କାନି ଏମାନଙ୍କ ଲୁହର ସାକ୍ଷୀ ରୁହନ୍ତି। ଏମାନଙ୍କ ଦଉଡା ଶେଷ ହେବାର ନାଁ ଧରେନି ହାତ ଗୋଡ ଥକିଲା ଯାଏ,ବୟସ ବତାସ ଥମିଲା, ଥକିବା ପର୍ଯ୍ୟନ୍ତ..........।

ମୁଁ "ଡ଼ିଜାଇନି "ସୁନା ଝିଅଟିଏ,ଲୁହ ଢଳ ଢଳ କୋହ ଟୋପେ;ଏବେ ସୁନା ବୋହୁଟିଏ;"ଡିଜାଇନି "କାରୁଣ୍ୟର ଶିଳା ଲିପିଟିଏ। ସୁଶୀଳା,ସଂସ୍କାରୀ,ଶିକ୍ଷିତା ଗାଈ ବା ଛେଳିଟିଏ । ଅବ୍ୟକ୍ତ ଯନ୍ତ୍ରଣାରେ ଗୁମୁରୁଥିବା ପାରା କିନ୍ତୁ ରକ୍ତ ମାଂସର ସୁନ୍ଦର ଦୋକାନ ଆଗରେ ଠିଆ ହୋଇଥିବା " ଡମି "ଟିଏ (dummy).....

ସତ୍ୟବତୀ,

ବାଲିକୁଦା,ଜଗତସିଂହପୁର,

ଏଇଟି ମୋ ଗଳ୍ପ"ଡମି"ର କିଛି ଅଂଶମାତ୍ର।

ଭୟ ଡ଼ିଜାଇନି ଝିଅ

Rate the content


Originality
Flow
Language
Cover design

Comments

Post

Some text some message..