Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Others

3  

Kamal Kumar Dash

Others

ତିତଲି ରେଲୱେ ହେଲ୍ପ ଲାଇନ

ତିତଲି ରେଲୱେ ହେଲ୍ପ ଲାଇନ

2 mins
7.1K


ବହୁତ ଦିନ ରେଲୱେରେ କାମ କରିଛି ,ହେଲେ କେବେ ହେଲ୍ପ ଲାଇନରେ କାମ କରି ନଥିଲି | ତିତଲି ପାଇଁ ମୋ ଡିଉଟି କଣ୍ଟ୍ରୋଲରେ ଥିଲା ସକାଳୁ

ସେଣ୍ଟ୍ରାଲ କଣ୍ଟ୍ରୋଲ ପହଁଚିଲା ପରେ ମୋ ଆଗରୁ ଯିଏ ଡ଼ିଉଟିରେ ଥିଲେ ସେ କହିଲେ ଆଜି ଆପଣ ରେଲୱେ ହେଲ୍ପ ଲାଇନରେ କାମ କରିବେ | ତା ପରେ କିଛି କାଗଜ ଧରାଇଲେ ଓ କେମିତି କାମ କରିବାକୁ ହେବ ବୁଝାଇ ଦେଲେ | ଏବେ ଯାଏଁ ପ୍ରକାଶିତ ବୁଲେଟିନ ସବୁ ଧରାଇ ଦେଲେ | ବୁଲେଟିନରେ ଅଧିକାଂଶ ଟ୍ରେନ୍ ର ବିବରଣୀ ଥିଲା | କାହାର ଗତିପଥ ପରିଵର୍ତନ ହୋଇଛି କାହାର ହୋଇନି, କେଉଁ ଟ୍ରେନ କେଉଁ ଷ୍ଟେସନରେ ଠିଆ ହୋଇଛି ଇତୟାଦି |

ମୋ ପାଖରେ ଥିବା 2ଟି ଫୋନ ଅବିଶ୍ରାନ୍ତ ଭାବରେ ବାଜୁଥିଲା ,କାରଣ ଏ ନମ୍ବର ଗୁଡିକ ଟିଭିରେ ରେଡିଓରେ ଦିଆଯାଇଥିଲା | ପ୍ରତି ଘଂଟାରେ 100ରୁ ଅଧିକ କଲ ଆସୁଥିଲା ଖାଲି ଓଡିଶାରୁ ନୁହେଁ ଓଡିଶା ବାହାରୁ ବିଶାଖାପାଟନମ , କଲିକତା ,ମୁମ୍ବାଇ ବାଙ୍ଗାଲୋରରୁ ବି କଲ ଆସୁଥିଲା | ଅଧିକାଂଶ କଲ ଟ୍ରେନ ଉପରେ ଥିଲା | ବାକି କିଛି ଲୋକ ତିତଲୀରେ ଓଡିଶା ପରିସ୍ଥିତି ବିଷୟରେ ପଚାରୁଥିଲୁ , କିଛି ପିଲା ତାଙ୍କ ପରୀକ୍ଷା କ୍ୟାନସଲ ହୋଇଛିକି ନାହିଁ ଜାଣିବାକୁ ଚାହୁଁ ଥିଲେ | ଜଣେ ପିଲା କହିଲା ସାର ଆମ ଗାଁରେ ପାଣି ପଶିଯାଇଛି ସହାୟତା କେବେ ଆସିବ ? କିଛି ଲୋକ ଗାଡି କାହିଁକି କଣ୍ଟ୍ରୋଲ କରାଯାଇଛି ଓ କେବେ ଚାଲିବ ଜାଣି ବାକୁ ଚାହୁଁଥିଲେ | ମୁଁ କହିଲି ତିତଲି ଝଡ଼ ଶାନ୍ତ ହେଲାପରେ, ଟ୍ରାକ ଓ ଇଲେକ୍ଟ୍ରିକ ଲାଇନ ଠିକ ଅଛି ବୋଲି ସୂଚନା ମିଳିଲା ପରେ ଟ୍ରେନ ଚାଲିବ | ତା ପରେ ସେ ପଚାରିଲେ ଏବେ ଆମେ କଣ କରିବୁ ? ମୁଁ କହିଲି ଝଡ଼ ଶାନ୍ତ ହେବାର ଅପେକ୍ଷା କରନ୍ତୁ |

ଦି ଜଣ ସ୍ୱାମୀ ସ୍ତ୍ରୀ ଝଗଡା କରି ପଚାରିଲେ ଏଠୁ ଗାଡି କେବେ ଛାଡିବ ? ମୁଁ କହିଲି ଆମ ପାଖରେ ଥିବା ସୂଚନା ଅନୁସାରେ ଆପଙ୍କ ଗାଡିଟି ବିଶାଖାପାଟନମରୁ ଭୁବନେଶ୍ୱର ଆସିବ ନାହିଁ ତାହା ସେହି ଠାରୁ ମୁମ୍ବାଇ ଫେରିଯିବ | ଆମେ ଏଠୁ ଭୁବନେଶ୍ୱର ଯିବୁ କେମିତି ? ଅନ୍ୟ ଗାଡି ଚାଲିଲେ ସେଥିରେ ଆସିବେ |

ସ୍ତ୍ରୀ କହୁଥିଲେ ତୁମକୁ କହୁଥିଲି ନା ତିତଲି ଆସୁଛି ବୋଲି ଫ୍ଲାଇଟରେ ପଳାଇବା ଏବେ ଦେଖ କଣ କରିବ ? ସ୍ୱାମୀ ବୁଝାଉଥିଲେ ଝଡ଼ରେ ଫ୍ଲାଇଟ ବି ଚାଲିବନି ମାଡାମ ଟିକିଏ ଅପେକ୍ଷା କର ତିତଲିକୁ ଯିବାକୁ ଦିୟ |


Rate this content
Log in