Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BIBHUTI BHUSAN SWAIN

Others

3  

BIBHUTI BHUSAN SWAIN

Others

ଦର୍ଶନ

ଦର୍ଶନ

1 min
421


ରାସ୍ତାକଡର ଫୁଟଫାଥ ଉପରେ ବିଭିନ୍ନ ଧାତୁକୁ ତରଳାଇ ନାନା ପ୍ରକାର ଛାଂଚରେ ଦେବାଦେବୀଙ୍କ ଆକର୍ଷଣୀୟ ମୂର୍ତ୍ତି ଗଢିବାରେ ମଗ୍ନ ଥିଲେ କାରିଗରଜଣକ । ମୂର୍ତ୍ତିଗୁଡିକ ମଧ୍ୟରୁ ମହାଦେବ ଶିବଙ୍କ ମୂର୍ତ୍ତିଟିକୁ ଧରି ମୁଁ ତାର ଦାମ ପଚାରିବାରୁ କାରିଗରଜଣକ ନିର୍ଲିପ୍ତ କଣ୍ଠରେ ଉତ୍ତର ଦେଲେ-ତିନି ଶହ ଟଙ୍କା । ମୁଁ କୌତୁହଳୀ ହୋଇ ଗୋଟିଏ ଗଣେଶ ମୂର୍ତ୍ତିକୁ ଆଣି ପୁଣି ତାର ଦାମ ପଚାରିଲି । ସେ କିଛି ତରଳ ଧାତୁକୁ ଗୋଟିଏ ମୂର୍ତ୍ତିର ଛାଂଚରେ ଢାଳୁ ଢାଳୁ ଉତ୍ତର ଦେଲେ- ପାଂଚଶହ ଟଙ୍କା ମାତ୍ର । ଦୁଇଟି ମୂର୍ତ୍ତି ପୁଣି ସମାନ ଧାତୁରେ ଗଢା ତଥା ଆନୁମାନିକ ଓଜନ ସମାନ ଥିବା ବେଳେ ପ୍ରତ୍ୟେକର ଦାମ ଭିନ୍ନ, ଏକଥା ମୁଁ ସହଜରେ ଗ୍ରହଣ କରିପାରୁ ନ ଥିଲି । ମୋର ହାବଭାବ ଦେଖି କାରିଗର ଜଣକ ଉତ୍ତର ଦେଲେ- ଆପଣଙ୍କୁ କଣ ଜଣା ନାହିଁକି ସାର,ବାପ ସେ ବେଟା ଜ୍ୟାଦା । -ମାନେ....ମୁଁ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଚାହିଁଲି । ସେ ପାଟିରୁ ପାନ ଛେପତକ ବାହରକୁ ଫୋପାଡି ଦେଇ କହିଲେ-ବାପର ଚୌକାକୁ ପୁଅର ଛ'କା । ହୋଇ ହୋ ,ବୁଢା ବାପଟା କିଛି ରୋଜଗାର ନ କରି ଘରେ ବସିଥିବା ବେଳେ ପୁଅ ବୁଦ୍ଧି ଖଟେଇ ରାତିକ ଗଲେ ହାତୀଏ ଧନ ଆଣୁଛି । ତେଣୁ କାହାର ମୂଲ୍ୟ ବେଶି ହେବ, ଏଥର ଆପଣ କୁହନ୍ତୁ ସାର୍...? ମୁଁ କାରିଗରର ଦର୍ଶନ କଥା ଶୁଣି ପକେଟରୁ ପାଂଚ ଶହ ନୋଟଟିଏ ବାହାର କରି ଧରେଇଦେଲି.......।


Rate this content
Log in