Quotes New

Audio

Forum

Read

Contests


Write

Sign in
Wohoo!,
Dear user,
କୁଳୁରୁ କୁଳୁ
କୁଳୁରୁ କୁଳୁ
★★★★★

© ସତ୍ୟବତୀ ସ୍ୱାଇଁ

Others

4 Minutes   391    20


Content Ranking

ଏଇ ଦେଖତ ଶବ୍ଦ ମାନେ ଗୋଲ ଗୋଲ ବୁଲିଲେଣି ମୋ ଚାରି ପାଖ...ମୋତେ ଉସ୍ କେଇଲେଣି । ଖେଞ୍ଜୁ ଛନ୍ତି କେମିତି....... । ହୃଦୟ କବାଟ ବି ଖୋଲି ଯାଉଛି ଛାଏଁ ଛାଏଁ । ମୁଁ ଯାହା ଦେଖୁଛି ଆପଣ ଦେଖି ପାରୁଛନ୍ତି ତ.........

ଖୁଲ ଯା ସି ମ୍ ସି ମ୍ । ଅନେକ ବର୍ଷ ହେଲା ତାଲା ପଢିଥିବା ଘରର କବାଟ ଫିଟିଗଲା । ଆଖି ବୁଜି ଦେଲି । କଣ ଦେଖୁଛି??ବନ୍ଦ ଆଖି ଏତେ ପରିଷ୍କାର ଦେଖିପାରେ......।ତାଜୁବ ହେଲି । ଅନ୍ଧାରରେ ସ୍ମୃତିର ଆଲୁଅ ଝଲମଲ ହେଉଥିଲା ମୋତେ ଆଲୋକିତ କରି । ଦେହ ଆତ୍ମା ଗାଧାଉଥିଲେ । ଫେରିଗଲି ଅନେକ ବର୍ଷ ତଳକୁ ମୋ ପ୍ରିୟ ରେଭେନ୍ସା କଲେଜ,ଲେଡିଜ୍ ହଷ୍ଟେଲକୁ ।

ସ୍ମୃତି ! ଶୀତ ସକାଳର ଗୋଟେ ଗାଁର ନାଁ ।

ରୁମ୍ ନମ୍ବର 12 ଠକ୍ ଠକ୍ କଲି । ଅଳ୍ପ ଖୋଲି ଗଲା କବାଟ । ବେକଠାରୁ ସମଗ୍ର ଶରୀର ଘର ଭିତରେ ରଖି କଇଁଚ ପରି ମୁହଁଟି ମୋତେ ଅନାଇଁଲା । ମୁଁ ଭିତରକୁ ଗଲି । ମୋତେ ଛାଡ଼ି ଆଉ ଚାରୋଟି ମୁହଁ କେବଳ ମୁକ ମାନଙ୍କ ମାନସଙ୍କ ପରି ଜୁଳୁ ଜୁଳୁ ଅନାଉଁଥିଲେ ପରସ୍ପର । ପାଞ୍ଚଟି ମୁହଁ । ପାଞ୍ଚ ଅଞ୍ଚଳର । ଗୋଟିଏ ମୁହଁ ମୋର ଚିହ୍ନା ମୋ ସଙ୍ଗେ ଏଇ ରେଭେନ୍ସା ରେ +2 ପଢୁଥିଲା । ଅନ୍ୟ ଚାରି ଜଣ ପୁରା ଅଚିହ୍ନା ।

ତାକୁ ଦେଖି ମୋ ଦେହରେ ଜୀବନ ପଶିଲା । ଓ ମାଇଁ ଗଡ଼! ମୋ ସାଙ୍ଗଟି ଯାହା ହେଉ ଅଛି । +3 ପ୍ରଥମ ବର୍ଷ।ପ୍ରଥମ ଦିନ ଏଇଟି ମୋ ହଷ୍ଟେଲ ଜୀବନର । ଦୁଇ ଜଣ ସିନିୟର ପିଲା । ଆମେ ତିନି ଜଣ ଏକା କ୍ଲାସର;ଯଦିଓ ଭିନ୍ନ ଭିନ ଅନର୍ସ । ତେବେ ବି ଏକାଠି ହେଉ ଇଂଗିଲିସ ଓ ଓଡ଼ିଆ କ୍ଲାସରେ । ନମ୍ବର ଅନୁଯାୟୀ ହଷ୍ଟେଲ ସିଟ୍ ଆଲଟ ମେଣ୍ଟ ହୁଏ । ରୁମ୍ ମେଣ୍ଟ୍ ଭଲ ହେଲେ ହଷ୍ଟେଲ ଭଲ ଲାଗେ । ମନ ଘରକୁ ଝୁରେନା ।

ଭିନ୍ନ ଭିନ୍ନ ଅଞ୍ଚଳ, କଲେଜରୁ ଆସିଥିବା ମୁହଁ କେତେ ଶୀଘ୍ର ଆପଣାର ହୋଇଯାନ୍ତି ଏହା କେବଳ ଜଣେ ହଷ୍ଟେଲ ଅନ୍ତେବାସୀ ହିଁ କହି ପାରିବ ।

ହଷ୍ଟେଲ...ଆମେ କହୁ ସ୍ୱିଟ୍ ସେକେଣ୍ଡ୍ ହୋମ୍ । ବହୁତି କିଛି ଶିଖେଇ,କୋଳେଇ କାଖେଇ ସେ ଆମକୁ ପାଳିଛି । ସହିଛି ଆମ ଦୁମ୍ ଦାମ୍ ଦୁଷ୍ଟାମୀ । ଶିଖେଇଛି ଯେ କୌଣସି ପରିସ୍ଥିତିରେ କେମିତି ଖୁସି ଖୁସି ବଂଚି ହୁଏ ଆଡ଼ଜଷ୍ଟ୍ କରି ।

ହଁ ଆମ ତିନି ଜଣଙ୍କ ମଧ୍ୟରୁ ଜଣେ ଥିଲା ଅଚିହ୍ନା । ଶାନ୍ତ,ସୁଧାର,ହସ ହସ ମୁହଁ ଝିଅଟା । ସିଏ ଗୋଟିଏ ସୁନ୍ଦର ଝରଣା,ପାହାଡ଼ରୁ ନୁହେଁ ସୃଷ୍ଟି ହୋଇଥିଲା ଶ୍ରୀଯୁକ୍ତ ପ୍ରଭାକର ମିଶ୍ର ଓ ଶ୍ରୀମତୀ ଶାନ୍ତି ଲତାଙ୍କ ଦାମ୍ପତ୍ୟ ପାହାଡ଼ରୁ । ସେଇ ପାହାଡରେ ଆଉ ଚାରୋଟି ଫୁଲ ବି ଫୁଟିଥିଲେ । ଯେପରିକି,କଳ୍ପନା,ପ୍ରଶାନ୍ତ,ପ୍ରତାପ ଓ ପ୍ରଫୁଲ୍ଲ । ଏବେ ବହି ଯାଉଛି ସେ କୁଳୁରୁ କୂଳ ଗୀତ ଗାଇ ଗାଇ । ଛାଇଛି ଅନେକ ହୃଦୟରେ ।

ମୋ କ୍ଲାସମେଣ୍ଟ୍,ହଷ୍ଟେଲମେଣ୍ଟ୍ ପୁଣି କଲେଜ ମେଣ୍ଟ୍ଥ ଟି ଥିଲା ଦ୍ଵିତୀୟ ଫୁଲ । ବଡ଼ ଭଉଣୀ ବି ତାର ରେଭେନ୍ସା ରେ ପଢ଼ୁଥିଲେ,ସିନିୟର ଛାତ୍ରୀ ଭାବେ।ଡାକ ନାଁ ନୁନନାନୀ । ସେ ବି ହଷ୍ଟେଲରେ ରହୁଥିଲେ ।

ମୋ ଅଚିହ୍ନା ବାନ୍ଧବୀଟି କେତେବେଳେ ମୋ ଭିତରେ ଜବରଦସ୍ତ ଆସନଟିଏ ପକାଇ ବସି ପଡିଥିଲା ଜାଣି ହେଲାନି । ଚମତ୍କାର ହସ ତାର ବେଶ ମାନେ ତା ମୁହଁକୁ । ବାଁ ନାକରେ ଲଗାଇଥିଲା ଗୋଟିଏ ଟିକି ଫୁଲ।ଦୁଇ ପଟେ ଝୁଲନ୍ତି ଦୁଇଟି ଲମ୍ବା ବେଣୀ । ହଷ୍ଟେଲରେ ପିନ୍ଧା ନାଇଟରେ ସବୁବେଳେ ବେଲ୍ଟ କିଛି ନହେଲେ ଡୋର ଟିଏ ଭିଡ଼ିଥାଏ । ଡେଙ୍ଗା ପତଳା ଝିଅଟା ।

ତାର ସବୁଠୁ ଆକର୍ଷଣ,ବିଚକ୍ଷଣ ଗୁଣ ହେଉଛି ଗୀତ ଗାଇବା । ତେରେ ବିନ୍ ଜିନ୍ଦେଗିସେ କୋଇ ସିକୁଆ ତୋ ନେହି ଗୀତ ଗାଇ କପ୍ ଜିତିଥିଲା । ପ୍ରାୟତଃ କ୍ଲାସ ନଥିବା,ଛୁଟି ଦିନ ମାନଙ୍କରେ ସେ ଆମକୁ ଗୀତ ଶୁଣାଇ ମନ ଖୁସି କରାଏ । ସତେକି ତା କଣ୍ଠରେ କି ଜାଦୁଥିଲା ! । ଆମେ ତାକୁ ଲତାଜୀ ଡାକୁଥିଲୁ ।

ଆମ ତିନି ଜଣଙ୍କ ସାଙ୍ଗେ ଅନେକ ମନେ ରଖିଲା ପରି ଘଟଣା ଘଟିଛି । ମନେ ପଢୁଛି---- ତା ନୁନନାନୀ ତାକୁ କେମିତି ଗାଳି କରନ୍ତି ତା ବାରିପଦାର ମୁଢି ଆମେ ଖାଇଦେଲେ । ସେ ନିରୀହ ଆଖିରେ ଚୁପି ଚୁପି କହେ ତା ନାନୀକୁ ସେମାନେ ପା ମୋ ସାଙ୍ଗ---ଖାଆନ୍ତୁ,ତୁ କିଆଁ ରାଗୁଛୁ ।

ତା କଥା ଧୀରେ କହିଲେ ବି ଆମ ଦୁଇ ଜଣ ଶୁଣି ପାରୁ ଓ ମନ ଦୁଃଖ କରୁ । ମାତ୍ର କଣ କରିବୁ ତା ବଡ଼ ବଡ଼ କଇଁ ଫୁଲ ପରି ଧଳା ଧଳା ମୁଢି ଆମକୁ ହାତ ଠାରି ଡାକେ । ଆମ ପାଟିରୁ ଲାଳ ଗଡେ । ଆମେ ସବୁ କଥା ଭୁଲି ପୁଣି ତିନି ଜଣ ମିଶି ମୁଢି,ମିକ୍ସଚର ଭୋଜି କରୁ ।

ଆଉ ଦିନେ ହଠାତ୍ ତା ଦେହ ଅସୁସ୍ଥ ହୋଇଗଲା । ମେଡ଼ିକାଲ ଆଡ଼ମିଶନ ଯାଏ କଥା ଗଲା । ଦୂରରେ ତା ନନା ବୋଉ।କିଏ ନେବ ତାର ଯତ୍ନ ! ସମସ୍ତେ ଆମେ ଛୁଆ---ପିଲା ମନରେ ଯେତିକି ପାରିଥିଲି ସେବା କରିଥିଲି ତାର।ସେ ଯେପରି ଧନୁ ପରି ବଙ୍କା ହୋଇଯାଉଥିଲା।ଓଃ!! ମନେ ପଡିଲେ ଛାତି ଥରି ଯାଏ ମୋର ।

ଏପରି ରେଭେନ୍ସା ତିନି ବର୍ଷ ପରେ ଆମ ମନରେ ଗଦାଏ ସ୍ବପ୍ନ ଦେଇ ତା କୋଳରୁ ବିଦା କଲା । କିଏ ବାଣୀ ବିହାର,କିଏ ଜେ ଏନ ୟୁ ,କିଏ କୁଆଡେ ପିଜି କଲେ । ଆଉ ଦେଖା ସାକ୍ଷାତ ହେବା ସମ୍ଭବ ନଥିଲା କାହାର କାହା ସହିତ ।

ବିତି ଗଲା ଅନେକ ବର୍ଷ । ଚାକିରିବାକିରି କରି ସମସ୍ତେ ହୋଇ ଗଲେଣି ଜଣେ ଜଣେ ବ୍ୟକ୍ତି,ସଂସାରୀ । କିନ୍ତୁ କାହା ପାଖେ କାହା ଖବର ନଥିଲା ।

ଇ ଯୁଗ ଆସିଲା । ଆଣିଲା ଅଦ୍ଭୁତ ବୈପ୍ଳବିକ ପରିବର୍ତ୍ତନ । ଫୋନ୍,ହ୍ଵାଟ୍ସଆପ, ଫେସବୁକ, ଟ୍ୱିଟର କମାଇ ଦେଲା ଦୂରତା । ଦୁନିଆଁ ଲାଗିଲା ଗୋଟିଏ ଗାଁ । ଆମେ ସବୁ ପାଖ ଆଖ ପଡୋଶୀ ।

ଏଇଠି ପୁଣି ଆମେ ଏକାଠି ହୋଇ ଗଲୁ । ଭଲ ମନ୍ଦ ଆଦାନ ପ୍ରଦାନ କଲୁ । ଅନେକ... ଅନେକ ବର୍ଷ ପରେ ମନ ଚାହୁଁଥିବା ମୁହଁ ଫଟୋରେ ଦେଖିଲୁ । ପୁଣି ଏକତ୍ର ହେବାର କାର୍ଯ୍ୟକ୍ରମର ଭେଟିବା ମୁହୁର୍ତ୍ତ ନିରୋଳା ସମ୍ପର୍କ ସୁଧା ପରଷିଲା ।

ଆଃ ! ଜୀବନଟା କି ମଧୁର ଲାଗୁଛି ସେଇ ପୁରୁଣା ହଜିଲା ଦିନର ବନ୍ଧୁଙ୍କୁ ବର୍ତ୍ତମାନ ରେ ପାଇ !

ଏବେ ହ୍ଵାଟ୍ସଆପ ଖୋଲିଲେ ଷ୍ଟାର ମେକର ରୁ ଭାସି ଆସୁଛି ମୋ ବେଷ୍ଟ ଫ୍ରେଣ୍ଡ ର ସୁନ୍ଦର ଲଳିତ ମିଠା ମିଠା ଗୀତ । ଆହ୍ଲାଦିତ ହେଇଯାଉଛି ମୋ ମନ ପ୍ରାଣ । ହୃଦୟ ହୋଇ ଯାଉଛି ବଗିଚା ବଗିଚା । ମନରେ ଫୁଟି ଉଠୁଛି ଗଙ୍ଗଶିଉଳି ।

ଆଜି ଅର୍ଥାତ ନଭେମ୍ବର ଚଉଦ,ସେଇ ମୋ ବେଷ୍ଟ ଫ୍ରେଣ୍ଡର ଜନ୍ମ ଦିନ । କଣ ଦେବି ଲୋ ତୋ ପାଇଁ ଏତେ ଦୂରରୁ ! ପାରିବୁ ଯଦି ଛୁଇଁବୁ ଏ ଲେଖାର ପ୍ରତିଟି ଅକ୍ଷର । ଛୁଇଁବୁ ମୋତେ,ମୋ ଭାଵ,ମୋ ଭଲ ପାଇବା । ଖୁସିରେ ରହ କିଟୁ ସହ । ସୁସ୍ଥରେ ଥାଅ । ହସ ତୋ ଓଠରେ ସବୁବେଳେ ଲାଖି ରହୁ । ମିଠା ମିଠା ସୁରରେ ଆଜୀବନ ସୁନ୍ଦର ଗୀତ ଗାଉଥା । ସୁଖଶାନ୍ତି ବିଛେଇ ପଡୁ ତୋ ଛୋଟ ପରିବାର ମିଷ୍ଟର କିଟୁ,ଝିଅ ଆଦ୍ୟା ଓ ତୋ ଉପରେ । ଏତିକି କଳାଜହ୍ନ ପାଖେ ମୋର ତୋ ପାଇଁ ମାଗୁଣୀ ।

ଆରେ... ଆରେ.. ଯା । ତା ନାଁ ଜାଣିବେନି ! କହିସାରିଛି । ସେ ବା " ଝରଣା" । "କୁଳୁର କୁଳ" ହୋଇ ବହି ଆସିଛି ମିଷ୍ଟର ଓ ମିଶ୍ର ପାହାଡ଼ରୁ । ଏବେ ଭୁବେନେଶ୍ୱର ପୋଖରୀ ପୁଟ ଡିଏଭି ସ୍କୁଲରେ କାର୍ଯ୍ୟ ରତ ନାମୀ ଦାମୀ ହସ୍ତୀଟିଏ । ମୋ ବେଷ୍ଟ ଫ୍ରେଣ୍ଡ--ଝରଣା ମିଶ୍ର,ଝୁନୁ । ଆର ସାଙ୍ଗଟି କଳ୍ପନା ଆଚାର୍ଯ୍ୟ,ମାନୁ ଓ ମୁଁ ସତ୍ୟବତୀ ସ୍ୱାଇଁ, ମୀନୁ । ଆମେ ବନ୍ଧୁତ୍ୱ ତ୍ରିଭୁଜର ତିନିଟି କୋଣ।

*Satyabati swain,balikuda,jagatsinghhpur*

ଲେଡିଜ୍ ହଷ୍ଟେଲ ଅଚିହ୍ନା ବାନ୍ଧବୀ କଳାଜହ୍ନ

Rate the content


Originality
Flow
Language
Cover design

Comments

Post

Some text some message..