Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Children Stories Others

5.0  

Writer Roja Panda

Children Stories Others

ଫନି

ଫନି

2 mins
420


ଟୁକୁ ଆଉ ମୁକୁ ଦୁଇ ସାଙ୍ଗ । ଦୁହେଁ ବଜ଼ାରରେ ବୁଲୁଥିଲେ । ହଠାତ ତାଙ୍କ ଆଖିରେ ପଡିଲା ଗାଁ ସାରା ଲୋକ ବଜ଼ାରକୁ ବ୍ୟାଗ ଧରି ଦୌଡୁଛନ୍ତି । ତାଙ୍କୁ ଦେଖି ଟୁକୁ ପଚାରିଲା - ଆରେ ମୁକୁ , ଏ ଗାଁ ଲୋକ ବ୍ୟାଗ ଧରି କୁଆଡେ ଯାଉଛନ୍ତି ? ମୁକୁ କହିଲା - ସତେ ତ ! ଏମାନେ କୁଆଡେ ଯାଉଛନ୍ତି ? କୋଉଠି କିଛି ମିଳୁଛି କି ?

ସେମାନଙ୍କ କଥା ଶୁଣି ଜଣେ ବୁଢା ଲୋକ କହିଲେ - ନାଇଁ ରେ କିଛି ମିଳୁନି । ଫନି ଆସୁଛି ପରା , ତମେ କଣ ଜାଣିନ ?

ବୁଢା ମଉସା କଥା ଶୁଣି ଟୁକୁ ଖୁସିରେ ମୁକୁକୁ କହିଲା - ଆରେ ମୁକୁ , ଆରେ ଫନି କଣ ତିତିଲିର ଭଉଣୀ କି ରେ ? ତିତିଲି ତ ଆସିବ ଆସିବ କହି ଧୋକା ଦେଲା । ଦେଖାଯାଉ ଫନି କଣ କରୁଛି ?

ମୁକୁ କହିଲା - ନା ନା ଫନି ନିଶ୍ଚିତ ଆସିବ । ସେ ତିତିଲି ପରି ଧୋକା ଦେବନି । ହେଲେ ଗାଁ ଲୋକ ବ୍ୟାଗ ଧରି ବଜ଼ାର ଆଡେ କାହିଁକି ଯାଉଛନ୍ତି ? ଫନି ଆସିବା ପୂର୍ବରୁ କଣ ଯୌତୁକ ପଠେଇଛି କି ସମସ୍ତଙ୍କ ପାଇଁ ? ଚାଲ ଚାଲ ଆମେ ବି କିଛି ବୋହି ଆଣିବା ।

(ଦୁହେଁ ବଜ଼ାର ଆଡେ ଦୌଡିଲେ )

ଟୁକୁ - ଆରେ ହେ, ଏ ବଜ଼ାର କଣ ପୁରା ଫାଙ୍କା ? ଏ ଆଳୁ ,ପିଆଜ,ଅଦା ,ଡାଲି ,ଚୁଡା ସବୁ କୁଆଡେ ଗଲେ ? ଏ ଦୋକାନୀ ସବୁ କଣ ଖାଲି ଟଙ୍କା ଗଣୁଛନ୍ତି ?

(ପରିବା ଦୋକାନ ଆଡେ ଦେଖି )ଏଁ କ'ଣ ପରିବା ପତ୍ର ବି ଖାଲି ? ଏ ମଉସା ଟମାଟୋ ଗୁଡା ଖାଲି ପଡିଛି ବାକି ପରିବା ସବୁ କାଇଁ ? ହୋଉ ଟମାଟୋ ଦେଲ ।

ପରିବା ଦୋକାନୀ - ଆଜ୍ଞା କିଲୋ ସତୁରି ।

ମୁକୁ ଆଁ କରି କହିଲା - ମାନେ ଟମାଟୋ କିଲୋ ସତୁରି ! ଏ କାହିଁକି ବା ? କୋଉଠି ପରିବା ଟ୍ରକ ଓଲଟି ପଡିଛି କି ?

ଦୋକାନୀ - ନା ନା ଆରେ ଫନି ଆସୁଛି ପରା ।

ଟୁକୁ - ଓଃ ହୋ ଫନି ଆସିବା ପୂର୍ବରୁ ଭୋଜିଭାତ ଦୋଉଛି ବୋଧେ ।

ଦୋକାନୀ - ହଁ ହଁ ଭୋଜିଭାତ ମିଳିବ ।  ସୁରକ୍ଷା କେନ୍ଦ୍ରକୁ ଯାଅ ।  ସେଠି ମାଗଣାରେ ଖାଇବା, ରହିବା ସବୁ ମିଳୁଛି ପରା ଫନିର ରିସେପସନ ଉପଲକ୍ଷେ ।  

ମୁକୁ - ଆରେ ଟୁକୁ ଆମ ଅଞ୍ଚଳରେ ଏତେ ସୁନ୍ଦୁରିଆ କଲ୍ୟାଣ ମଣ୍ଡପ ସବୁ ଥାଉ ଥାଉ ଫନିର ରେସେପସନ ସେଇ ସୁରକ୍ଷା କେନ୍ଦ୍ରରେ କାହିଁକି ଆୟୋଜନ କରାଗଲା ? ହୋଉ ଚାଲ ଦେଖିବା ସେଠି କି ପ୍ରକାର ଜାକ-ଜକମ ହେଇଛି ଆଉ କଣ ସବୁ ଭୋଜିଭାତ ହେଇଛି ।  

(ଦୁହେଁ ସୁରକ୍ଷା କେନ୍ଦ୍ର ଆଡକୁ ମୁହାଁଇଲେ)

ଟୁକୁ କହିଲା - ଆରେ ମୁକୁ, ଲୋକମାନେ କଣ ମୁଣ୍ଡରେ ବସ୍ତା ଆଉ ହାତରେ ଲଣ୍ଠନ ଧରି ଖାଇବାକୁ ଯାଉଛନ୍ତି ? ସେଠି କଣ ଲାଇଟ ସୁବିଧା କରାଯାଇନି କି ? କାଇଁ କିଛି ମାଇକ, ଗୀତ,ବାଜ଼ା, ତୁରୀ ଶୁଭୁନି ତ ?

ମୁକୁ କହିଲା - ଆରେ ସତେ ତ ! ଆଉ ଫନି ମ୍ୟାଡାମ କ'ଣ ତିତିଲି ପରି ଧୋକା ଦେଇଦେଲେ କି ?

ଠିକ ସେତିକିବେଳେ ଟୁକୁ ଆଉ ମୁକୁ ଚିତ୍କାର କରି ଉଠିଲେ ଆଃ....ଓଃ ହୋ ।

ଦୁହେଁ ଦୁହିଁଙ୍କ ଆଡକୁ ଚାହିଁ ଦେଖିଲା ବେଳକୁ ଦୁଇଜଣଙ୍କ କାନ ଗାଁ ସରପଞ୍ଚଙ୍କ ହାତରେ ।ସରପଞ୍ଚ ବାବୁ ଦୁହିଁଙ୍କ କାନକୁ କଷି କରି ମୋଡି ତାଗିଦ କରି କହିଲେ - ଆରେ ମୋଟା ବୁଦ୍ଧିଆ ତୁମ ଗୁଲିଗପ ଯଦି ସରିଲାଣି ତେବେ ତମ ବେଡିଙ୍ଗ ପତ୍ର ବାନ୍ଧି ସୁରକ୍ଷା କେନ୍ଦ୍ରରେ ଶୀଘ୍ର ପହଞ୍ଚ ।  ଆରେ ଫନି କୌଣସି ଝିଅ ନୁହେଁ, କି ତାର ଆସିବା ଉପଲକ୍ଷେ କିଛି ଭୋଜିଭାତ ହେଉନି ।  ତା ଠାରୁ ବଞ୍ଚିବା ପାଇଁ ଏସବୁ ଆୟୋଜନ ।  ସେ ହେଉଛି ଏକ ମହାବାତ୍ୟା ।  


Rate this content
Log in