ନାଟଖଟିଆ କୃଷ୍ଣ
ନାଟଖଟିଆ କୃଷ୍ଣ
1 min
478
ହାଏ ଲୋ କୃଷ୍ଣ କଣ କଲା
ନନ୍ଦ ଅଗଣାରେ ଜନମ ନେଲା।।
ପ୍ରେମ ଲୀଳା ତା ନଟଖଟ
ଜନମରୁ ପରା ଭାରି ଅଝଟ।।
ଦେବକୀ ର ସାତ ସନ୍ତାନ
ଯମ କୋଳେ ଲେଖା ତାଙ୍କରି ନାମ।।
ବାସୁଦେବ ଅଷ୍ଟମ ପୁତ୍ର
ବନ୍ଦୀ ଶାଳୁ ସେଇ ହୋଇଲା ଜାତ।।
ଗୋପପୁରେ ବାଜେ ବଇଁଶୀ
ଆନନ୍ଦେ ଯଶୋଦା ମନ ନାଚୁଛି।।
କିଏ ସେ ଧନ କିଏ କୃଷ୍ଣ
ନନ୍ଦର ବଳା ସେ ରଙ୍କ ରତନ।।
ଗୋପିଙ୍କର ମନ ଉଚ୍ଛନ୍ନ
ଦେଖିବାକୁ ନୀତି କୃଷ୍ଣ ସପନ।।
ମା ଓ ମମତା ହୁଏ ବିକଳ
ଯଶୋଦା ଖୋଜଇ କରିବ କୋଳ।।
ଜନ୍ମାଷ୍ଟମୀ ଆଜି ପରବ
ସ୍ନେହ ଶରଧା ରେ ବନ୍ଧା ପଡିବ।।
