STORYMIRROR

Ghanashyam Biswal

Others

4  

Ghanashyam Biswal

Others

ତୁମେ କି ବୁଝିବ?

ତୁମେ କି ବୁଝିବ?

1 min
407

ନ ଖାଇ ନ ପିଇ ଦିନ ଦିନ ଧରି

ଭୋକ ଉପାସରେ ମରିବ

ତେବେ ସିନା ଦୁଃଖୀ ଗରିବର କଥା

ଭଲ ଭାବେ ବୁଝି ପାରିବ ।


ସ୍ୱାର୍ଥପର ହୋଇ ଅଧାବାଟେ ଯେବେ

ସାଥି ତୁମ ମନ ଭାଙ୍ଗିବ

ଜାଣିବ ହୃଦୟ ବେଦନା କିପରି

କଲବଳ କରି ମାରିବ ।


ନିଜ ଲୋକ ଯେବେ ପରକଥା ମାନି

ଛାଡ଼ି ତୁମକୁ ପଳାଇବେ

ତେବେ ସିନା ତୁମ ମନ ବଦଳିବ

ଜିଉଁଥିଲ କିମ୍ପା ଗରବେ?


ପରଲୋକ ଯେବେ ଆପଣାର କରି

ତୁମକୁ କରିବେ ନିଜର

ଜାଣିବ ସଂସାର ମୋହମାୟା ବୋଲି

ବଦଳିବ ତୁମ ବିଚାର ।



Rate this content
Log in