ଅନୁଭୂତି
ଅନୁଭୂତି
ମୁଁ ଅସହାୟ, ତୁମେ ବି ଅସହାୟ
ତୁମେ ବଞ୍ଚିବା ପାଇଁ ସଂଘର୍ଷରତ,
ମୁଁ ବି ସଂଘର୍ଷରତ ......
ତୁମେ ଖାଦ୍ୟ ପାଇଁ କରୁଛ ସଂଘର୍ଷ
ମୁଁ ସ୍ନେହ ପାଇଁ କରୁଛି ସଂଘର୍ଷ ......
ତୁମେ ଅଭ୍ୟାସରତ କଣ୍ଟକିତ ପଥ ର
ମୁଁ ଅଭ୍ୟାସ କରିପାରୁନି ବୋଲି ସାଜିଛି ପଥର
ତୁମ ଅସହାୟତାକୁ ବୁଝିବାକୁ
ପାଖେ ଅଛି ଆଉଜଣେ ଅସହାୟ
ମୋ ଅସହାୟତା ବ୍ୟାଖ୍ୟା କରିନପାରି
ମୁଁ ଅଛି ନିରୁପାୟ ।
ମୁଁ କିଛିଦିନ ଭିତରେ ହୋଇପାରିଛି
ତୁମମାନଙ୍କର ଅତ୍ୟନ୍ତ ବିଶ୍ୱାସୀ
ହେଲେ ନିଜ ଲୋକଙ୍କ ପାଖରେ ମୁଁ ଆଜିବି
ଛଳନା ର ଶିକାରୀ ଆଉ ନିଷ୍ଠୁର ଅବିଶ୍ୱାସୀ
ଜୀବନର ଅଧାଭାଗ ତୁମେ ସୁଖୀ
ବାକି ଅଧା ଭାଗ ସ୍ୱକର୍ମ ପାଇଁ ଦୁଃଖୀ
ଫରକ ଖାଲି ଏହି ଯେ
ମୁଁ ଆଜନ୍ମ ଦୁଃଖୀ ।
ପୂର୍ଣ୍ଣାନନ୍ଦ ଭବନ
ନେତାଜୀ ନଗର,ମଧୁପାଟଣା,କଟକ-୭୫୩୦୧୦