ପୂଜ୍ୟ ଗଙ୍ଗାଧର
ପୂଜ୍ୟ ଗଙ୍ଗାଧର
ଶ୍ରାବଣ ମାସ ପୁର୍ଣିମା ତିଥିରେ ତୁମେ ଜନ୍ମ ହୋଇ ଥିଲ
ପୂଜ୍ୟ ନମସ୍ୟ ଗଙ୍ଗା ଧର ହୋଇ ଉତ୍କଳେ ରହିଲ
ଅଠରଶହ ବାଷଠୀ ଅଗଷ୍ଟ ନଅ ତାରିଖରେ ତୁମେ ଭୂମିଷ୍ଟ ହୋଇଲ
ପିତା ଚୈତନ୍ୟ ମାତା ସେବତି ଦେବି ଙ୍କ କୂଳ ମଣ୍ଡନ କଲ
ବାଲ୍ୟ କାଳୁ ତୁମେ ଜଗନ୍ନାଥ ଙ୍କ ଦର୍ଶନ କରିଲ
ତୁମ ହୃଦୟେ ଧାର୍ମିକ ଭାବନା କୁ ଜାଗ୍ରତ କରିଲ
ବାଲ୍ୟ କାଳ ରେ ତୁମେ ଉତ୍ତମ ବିଦ୍ୟା ଅର୍ଜନ କରିଲ
ତୁମରି ପାରଦର୍ସିତା ସଭିଙ୍କୁ ଦେଖାଇ ଥିଲ
ବରଗଡ ଜିଲ୍ଲା ବର ପାଲି ଠାରେ ତୁମେ ଜନ୍ମ ନେଇ ଥିଲ
ସାରା ଓଡିଶା ରେ ସ୍ଵଭାଵ କବି ରୂପେ ପରିଚିତ ହେଲ
ରୀତି ଯୁଗ କବିଙ୍କ ଅନୁସରଣେ ବାଲ୍ୟ କାଳୁ କବିତା ରଚନା କରିଲ
ରସ ରତ୍ନାକର ,ଅହଲ୍ୟା ସ୍ତବ କୁ ଆଦ୍ୟ ରେ ଲେଖି ଥିଲ
ଆଧୁନିକ ଶୈଳୀ ରେ ତୁମେ ଇନ୍ଦୁ ମତି କାବ୍ୟ କରିଲ ରଚନା
ଉତ୍କଳ ପ୍ରଭାରେ ପ୍ରକାଶିତ ହୋଇ ଏହା ହୋଇ ଥିଲା ବର୍ଣନା
ଇନ୍ଦୁମତି କାବ୍ୟ ପାଇଁ ଉତ୍କଳ ବାସି ତୁମ ଗୁଣ ଗାନ କଲେ
କବିବର ରାଧାନାଥ ତୁମ ପ୍ରତିଭା ଦେଖି ପ୍ରଶଂସା କରିଥିଲେ
ତୁମ ପ୍ରଶଂସା ରେ କବି ନନ୍ଦ କିଶୋର ବଳ କାବ୍ୟ ଲେଖି ଥିଲେ
ଯେତେ ଦିନ ଭବେ ଥିବ ଓଡ଼ିଆ ସାହିତ୍ୟ ତୁମେ ଅମର ରହିବ କହିଲେ
ତୁମେ ତପସ୍ୱିନୀ,ପ୍ରଣୟ ବଲ୍ଲରି,
ଅଯୋଧ୍ୟା ଦୃଶ୍ଯ, ପଦ୍ମିନୀ କାବ୍ୟରେ ପାଠକ ଙ୍କ ମନ ନେଲ
ତୁମରି ଅମର କୃତି ମାତୃଭୂମି,ଅର୍ପଣ,ଆଶ୍ରମେ ପ୍ରଭାତ, ଧର୍ମ ଅବତାର ଲେଖି ସାହିତ୍ୟ କୁ
ସମୃଦ୍ଦ କରିଲ
ତୁମେ ଆଜି ଚିରସ୍ମରଣୀୟ ହୋଇ ଆମ ପାଖରେ ରହିଛ
ତୁମରି ଅମୁଲ୍ୟ ସୃଷ୍ଟିକୁ ଦେଇ ଉତ୍କଳ ମାତାକୁ ଧନ୍ୟ କର ।
