Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Others

3  

Santosh Pattnayak

Others

କୁମାରପୂର୍ଣ୍ଣିମା

କୁମାରପୂର୍ଣ୍ଣିମା

1 min
13.9K



ସଜ ଶେଫାଳିରେ ସଜ୍ଜିତ ଶରତ

ସ୍ୱର୍ଗ ସମ ମର୍ତ୍ତ୍ୟପୁରୀ

ସୁଖ ସାଗରରୁ ମୁକ୍ତା ସାଉଣ୍ଟିବେ

ଚାନ୍ଦପୂଜି ଗାଁ କୁଆଁରୀ….0

ପ୍ରବାସ ଜୀବନେ ବ୍ୟାକୁଳ ମୋ’ମନ

ମନେପଡେ ସ୍ମୃତିରାଜି

ଜହ୍ନ ଜୋଛନାର ଭିଜା ତନୁମନ

ମନେ ଉନ୍ମାଦନା ଆଜି….୧

କର୍ମ ଜଞ୍ଜାଳରେ ଦିନ ବିତିଯିବ

ନିରବୀ ରହିବ ମନ

ହୃଦୟ ଝୁରିବ ଅଭୂଲା ପ୍ରିତୀକୁ

ତାତ୍ସଲ୍ୟ କରିବ ଜହ୍ନ….୨

ଜହ୍ନ ରୋଷଣୀରେ ରାତି ଜଳିଯିବ

ହୃଦୟେ ଲାଗିବ ନିଆଁ

ଭାରାକ୍ରାନ୍ତ ମନେ ମଧୁଶାଳା ସ୍ୱପ୍ନ

ସମୀକ୍ଷା କରିବି ଯାହା….୩


Rate this content
Log in