Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

5.0  

Sukanti Hotta

Others

ପିଲାମାନେ ପଢିବା ଦରକାର

ପିଲାମାନେ ପଢିବା ଦରକାର

1 min
388


ଇଂରାଜୀ ପାଠ ପଢେଇବା ପାଇଁ

ମନରେ ଇଚ୍ଛା କଲି

ପିଲାଙ୍କୁ ମୋହର ଘରୋଇ ସ୍କୁଲରେ

ନାମ ଲେଖାଇ ଦେଲି l


ଭାବିଲି ଭଲ ପଢିବେ ପାଠ

ଧାର କରଜ କଲି

ଦିନରାତି ଖାଲି ପରିଶ୍ରମ କରି

ସପନ ରାଜ୍ୟେ ଭାସିଲି l


ପିଲା ପାଠ ପଢି ଡାକ୍ତର ହେବ

ଗାଁର ନା ରଖିବ

ଧାର କରଜ ସବୁ ଶୁଝିଦେଇ

ଭଲ ମଣିଷ ହେବ l


ଭାବନା ମୋହର ସ୍ବପ୍ନ ହେଇଗଲା

ପିଲା ବାଳୁଙ୍ଗା ହେଲା

ଘରୁ ପଇସା ଚୋରେଇ ନେଇ

ନିତି ପାଲା କଲା l


ମଦ ପିଇଲା ନିଶା ଖାଇଲା

ଝିଅଙ୍କ ପଛରେ ବୁଲି

ପାଠ ନାଆରେ ସିନେମା ଗଲା

ଉପାୟ ଶୂନ୍ୟ ହେଲି l


ଗରୀବଙ୍କ ପାଇଁ ସରକାରୀ ସ୍କୁଲ

ସବୁଠାରୁ ଅଟେ ଭଲ

ଓଡ଼ିଆ ପାଠକୁ ଛୋଟ ଭାବିକରି

କରିଥିଲୁ ଆମେ ଭୁଲ l


କେତେ ଯେ ଓଡ଼ିଆ ନାଁ ରଖିଛନ୍ତି

ଓଡ଼ିଆ ପାଠକୁ ପଢି

ଇଂରେଜ ପାଠୁଆ ପିଲାଙ୍କ ଠାରୁ

ଆଗକୁ ଯାଆନ୍ତି ବଢ଼ି l


ଡାକ୍ତର ଇଞ୍ଜିନିଅର କଲେକ୍ଟର ହୋଇ

ଗର୍ବ ଗୌରବ ଆଣି

ଶିକ୍ଷା ଗୁରୁଙ୍କର ଅବଦାନକୁ

ଦେଶରେ ଦିଅନ୍ତି ବୁଣି l


ଯେଉଁ ସ୍କୁଲରେ ପିଲା ପଢନ୍ତୁ

ଭଲ ଶିକ୍ଷକ ଲୋଡ଼ା

ପିଲାଙ୍କ ଉପରେ ସବୁ ନିର୍ଭର

ଚଢ଼ିବେ ନିଶ୍ଚେ ଘୋଡା l



Rate this content
Log in