Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dambarudhar Bag

Others

1.0  

Dambarudhar Bag

Others

ପ୍ରିୟତମା

ପ୍ରିୟତମା

1 min
225




ସ୍ଥିର ଚିତ୍ତ ମନେ ଉପବିଶାସନେ

କି ଚିନ୍ତି ଗଢିଲା ବିହି ।

ତାମରସ ସମ ତୋର ରୁପଗୁଣ

ତୋ ସମ ହେବେନି କେହି ।

ଶୁଭ୍ର ତନୁ ତୋର ଦିଶଇ ରୁଚିର

ସତେ କି ସେ ସ୍ବଚ୍ଛ ମୋତି ।

ତୋ ବେନି ନୟନ ଦିଶେ ଶୋଭାବନ

ଦେଖି ବୁଡେ ମୋର ମତି ।

ନାଳି ଅଧର ତୋ ଗୋଲାପର କଳି

କି ମଞ୍ଜୁଳ ତନୁ ବାସ ।

ବିଧାତାର ତୁ ଯେ ଅମ୍ଳାନ କୀରତି

ବିଭାବରୀର ଉନ୍ମେଷ।

ସହାସ୍ୟ ବଦନ ଶୋଭାର ସେ ସଦ୍ମ

ଈଶ୍ବରଙ୍କ ତୁହି ଦାନ।

ମୁଁ ଯେ ଅକର୍ମଣ୍ୟ ବିଷଣ୍ଣ ବଦନ

ଦୂରଦୃଷ୍ଟ ଅକିଞ୍ଚନ ।

ତୋ ହୃଦ ପବିତ୍ର ତୁ ଚିର ଶାଶ୍ବତ

ତୋ ସମ୍ଭାଷୁ ଶ୍ରାବେ ସୁଧା।

ମୁଁ କଳୁଷ ସମ ଅଳୀକ ବିଶ୍ବାସୀ

ମୋ ହୃଦ କଳୁଷେ ଛନ୍ଦା ।

ହୋଇପାରିବିନି ତୋର ସମ ମୁହିଁ

ଉଦ୍ୟମ କଲେହେଁ ଯେତେ ।

ବିଦାୟ ନେଉଛି ତୋ ହୃଦ ପ୍ରାଙ୍ଗଣୁ

କରିଦେ ବିଦାୟ ମୋତେ।

**************

ଶ୍ରୀ ଡମ୍ବରୁଧର ବାଗ, ଚପ୍ରିଆ, ଗୋଲାମୁଣ୍ଡା, କଳାହାଣ୍ଡି

ଫୋନ ନମ୍ବର -9178225764


Rate this content
Log in