ମୁକ୍ତ ବିହଙ୍ଗ
ମୁକ୍ତ ବିହଙ୍ଗ
ନୀଳ ଗଗନର ବିହଙ୍ଗମ ତୁହି
ଉଡିବା ଯେ ତୋର ଧର୍ମ ।
ଆକାଶେ ଆକାଶେ ଉଡି ଉଡି ବୁଲି
କରିଥାଉ ତୋର କର୍ମ ।
କେତେ ନଈ ନାଳ କେତେ ତରୁଲତା
କେତେଯେ ଗହନ ବନ ।
ଉଡି ଉଡି ବୁଲି ନିତି ଦେଖୁଅଛୁ
ଖାଉଛୁ ଖୋଲା ପବନ ।
ବଣ ପରବତ ତରୁଲତା କୀଟ
ତୁ ଯେ ସଭିଙ୍କର ସାଥୀ ।
ନିତି ଖୋଲା ଗପ ହୋଇ ଦୁଃଖ ସୁଖ
ଦିନ ତୋର ଯାଏ ବିତି ।
ଭୁଲି କି ପାରିବୁ ତୋର ସେ ବନ୍ଧୁ ଙ୍କୁ
କରି କି ପାରିବୁ ପର ।
ଛାଡ଼ିକି ପାରିବୁ ସେଇ ମୁଲକକୁ
ମନ କି ମାଡିବ ତୋର ।
ନିତି ଖାଉଅଛୁ ସାଥୀ ମେଳେ ବସି
କେନ୍ଦୁ ଡିମିରି ଚାହାର ।
ଦେଲେ ହେଲେ କିବା ରୁଚିବକି ତତେ
କଦଳୀ ଓ ଛେନା ସର ।
ଦେଖି ଦେଲେ ତତେ ଭାରି ଇଚ୍ଛା ହୁଏ
ଆସନ୍ତୁ କି ଘର ମୋର ।
ସୁନା ପଞ୍ଜୁରିରେ ରହି ଖାଉଥାନ୍ତୁ
ଯାହା ମନ ଇଚ୍ଛା ତୋର ।
ମୁକ୍ତ ଗଗନର ମୁକ୍ତ ବିହଙ୍ଗମ
ଆକାଶ ତୋ ଜନ୍ମ ସାଥୀ ।
ଆସବକି ଉପବନେ ମୋର ଥରେ
ରହିବାକୁ ଦିନ ରାତି ?