ରେଲୱେ ଷ୍ଟେସନ
ରେଲୱେ ଷ୍ଟେସନ
ବ୍ରିଜ ପାର ହେଲା ପରେ,
ପାଇପ୍ ଲାଇନ ଆଉ ମାଲକାପୁରମ ,
କ୍ରସ୍ କରିଲା ପରେ,
ଆସେ ରେଲୱେ ଷ୍ଟେସନ।
କର୍ମ କ୍ଷେତ୍ରଠୁ ମାତ୍ର ଦୁଇ କୋଷ ଦୂର।
ଅନେକ ଦିନର ଅପେକ୍ଷା ପରେ,
ଆସେ ସେ ଦିନ ।ରେଲୱେ ଷ୍ଟେସନ
ଯିବାକୁ,ଖୁସିର ସୀମା ନ ଥାଏ।
କାରଣଟା କାହାକୁ ଅଜଣା ନ ଥିବ।
ତଥାପି ପଚାରି ପାର ଯଦି,
ମନରେ ଦ୍ଵନ୍ଦ ରହିଥାଏ ସେହି ପୁଅକୁ ,
ବାପାକୁ ଅବା ଭାଇ କି ସ୍ୱାମୀକୁ।
ଷ୍ଟେସନରେ ବାରମ୍ବାର ଏନାଉନସମେଣ୍ଟ
ଚା’ ବାଲା,ଫେରି ବାଲା,ଠେଲା ଗାଡି
ସମସ୍ତେ ତତ୍ପର ପ୍ଲାଟଫର୍ମ,
ହୋଇଉଠେ ଚଳ ଚଞ୍ଚଳ,
ଟ୍ରେନ ଚଢ଼ିବା ପାଇଁ ସମସ୍ତେ ବ୍ୟସ୍ତ।
ସାଙ୍ଗ ରେ ଥାଏ କିଛି ବ୍ୟକ୍ତିଗତ,
ଜିନିଷ,ଘର ଲୋକଙ୍କ ପାଇଁ କିଛି କପଡା,
ଦାଦାଙ୍କ କୁନି ଝିଅ ପାଇଁ,
କିଛି ଚୋକଲେଟ, ବୁଢ଼ୀ ମା’ ପାଇଁ,
ରେଶମ କପଡା ଏମିତି କିଛି ଥାଏ।
ଆଉ କାହା କଥା ଭାବୁଛନ୍ତି କି?
ଓଃ ବୁଝିଲି ତା ପାଇଁ,
ସେ ତ ପ୍ରତି ମୁହୁର୍ତ୍ତ ଆଉ ପ୍ରତି ଦିନ,
ପ୍ରଶ୍ନ କରେ ଆସିବାର ନିର୍ଦ୍ଦିଷ୍ଟ ଦିନ,
ବିଷୟରେ ମୁଁ ପହଞ୍ଚି ଗଲେ ଯଥେଷ୍ଟ।
ମୋତେ ଆଖି ପୁରେଇ ଦେଖିନେଲେ,
ଖୁସିରେ ଆତ୍ମ ହରା ହୋଇଯାଏ ସେ।
ହଠାତ ପାଦ ପଡେ ରେଲୱେ ଷ୍ଟେସନରେ,
ଶିହରଣ ଖେଳିଯାଏ ଦେହ ସାରା।
ପଛକୁ ଛାଡି ଆସେ କର୍ମ କ୍ଷେତ୍ରର,
ସମସ୍ତ ବ୍ୟଥା,ଚିନ୍ତା ଆଉ ବ୍ୟସ୍ତତା,
ଫେରି ଆସେ ମୋର ସେହି ଗାଁର,
ପରିବେଶକୁ ଯେଉଁଠି ନ ଥାଏ ,
ସିଟି ପରି ଗାଡିର ଅପ୍ରୀତିକର ଶବ୍ଦ
କି ପ୍ରଦୂଷିତ ଜଳବାୟୁ ,ଅନେକ କିଛି
ଭାବନା ଆସିଯାଏ ଆପେ
ଆପେ ମନକୁ ଠିକ ଫୁଲ ପାଖୁଡା
ଭଅଁରକୁ ଆକୃଷ୍ଟ କଲା ପରି।
ଲମ୍ବା ହର୍ନ ମାରି ପହଞ୍ଚିଯାଏ ,
ଟ୍ରେନ ଷ୍ଟେସନରେ ଦୋହଲି ଯାଏ।
ପୁରା ପ୍ଲାଟଫର୍ମ ଦୁଆର ମୁହଁରେ,
ଭିଡ଼ ଚଢ଼ିବା ଆଉ ଓହ୍ଲାଇବା ପାଇଁ।
ଏଥର ବିଦାୟ ନିଏ ମୋ ବନ୍ଧୁଙ୍କ
ଠାରୁ ,ଆସିଥାନ୍ତି ମୋ ସହିତ
ଏହି ଷ୍ଟେସନ ଯାଏ।
ଘରେ ପହଞ୍ଚି କଲ୍ ଟିଏ ଅବା ଭାଟସବ୍ପରେ
ମେସେଜଟେ ଦେବାକୁ,
ପ୍ରତିଶ୍ରୁତି ଦିଏ ସେମାନଙ୍କୁ।
ବସିଯାଏ ବଗିର ଗୋଟେ କୋଣ ରେ।
ଅନେକ ଅଚିହ୍ନା ଆଉ ଅଜଣା ,
ମଣିଷଙ୍କ ସହିତ ସତେ ଯେପରି
କୌଣସି ବିଷୟରେ କ୍ଳାସ୍ ଚାଲିଛି।
ଆଉ ମୁଁ ବିଳମ୍ବରେ ପହଂଚିଛି।
ସମସ୍ତଙ୍କ ନଜର ମୋ ଉପରେ।
ନିଜକୁ ଠିକ ଭାବେ ବସାଇ,
ଆଖି ବୁଲାଇ ଦିଏ ବଗି ଆଡେ।
କାହା ମୁହଁରେ ସୁଖ।
ଆଉ କାହା ମୁହଁରେ ଦୁଃଖ।
କିଏ ଲୁହା ଝରକା ରେ ବାହାର ପ୍ରକୃତିକୁ
ଉପଭୋଗ କରୁଛି ଆଉ କିଏ,
ବିତିଯାଇଥିବା ଖୁସିର ମୁହୁର୍ତ୍ତର
ଫୋଟୋକୁ ମୋବାଇଲରେ ଦେଖୁଛି।
କିଏ ମାଗାଜିନଟେ ଧରି ପଢୁଛି।
ଏମିତି ଦୃଶ୍ୟ ଦେଖୁ ଦେଖୁ,
ମୋ ମନ ରେ ଅନେକ ପ୍ରଶ୍ନ ବସା,
ବାନ୍ଧିଛି କିଏ ଫେରିଛି ତା ,
ଦୂର ଦେଶରୁ ଠିକ ମୋ ପରି,
ଦେଖିବ ପ୍ରିୟାର ମୁହଁ ଚାହିଁଥିବ ।
ସେ ଘଣ୍ଟାର ମିନିଟ କଣ୍ଟାକୁ ,
କେବେ ପହଞ୍ଚିବ ତାର ପ୍ରିୟ।
କିଏ ପ୍ରଥମ ଥର ପାଇଁ ଗାଁ ଛାଡି ,
ଯାଉଛି ସୁଦୂର ସୁରାଟ କି ବାଙ୍ଗାଲୋର
କିଛି ଅର୍ଥ ଯୋଗାଡ଼ କରିବା ପାଇଁ,
ସାନ ଭଉଣୀର ବାହାଘର ପାଇଁ
ପରିବାରର ବୋଝକୁ ନିଜ ମୁଣ୍ଡକୁ,
ନେଇ ଚାଲି ଆସିଛି ସେ ଆଖିରେ,
ଲୁହ ଆଉ ଛାତିର କୋହ ,
ଲୁଚାଇବାକୁ ଚେଷ୍ଟାରତ ସେ।
ବୃଦ୍ଧା ବାପା ପାଇଁ କିଏ ବ୍ୟାକୁଳ,
ଯେତେ ଶୀଘ୍ର ପହଞ୍ଚିବ ଘରେ ।
ବୁଢା ବାପା ମା’ଙ୍କ ସହିତ,
ଦୁଇ ପଦ କଥା ହେବ ତାଙ୍କ
ସୁଖ ଦୁଃଖ କଥା ବୁଝି,
ନିଚିନ୍ତ ରହିବ ସେ।
କହିଥିଲା ସେ ଆସିବ,
କେଡେ ମନ ନେଇ ଚାହିଁଥିବ,
ଆଖୁ ରେ ଆଖି ମିଶିଵ,
କେଉଁ ରେଷ୍ଟୁରାଣ୍ଟ ଅବା ପାର୍କରେ।
ଭାବି ଭାବି ଛାଡିଲା ସେ ଷ୍ଟେସନ,
ଦୂରତା ତାକୁ ବାଧୁଛି,
ମନ ବି ଅଥୟ ତାର।
ହସ୍ପିଟାଲକୁ ଯିବାକୁ ହେବ,
ମେଡିସିନ ୱାର୍ଡରେ ଭାଇକୁ ଦେଖା,
କରିବ ବାରମ୍ବାର ପ୍ରଭୁଙ୍କୁ ଗୁହାରି,
ଭାଇ ତାର ଭଲ ରେ ଥାଉ,
ଝଟପଟ ରିକ୍ସା ଖୋଜିବ,
ମୂଲଚାଲ ନ କରି ଫିକ୍ସ ରେଟରେ
ରିଜର୍ଭ କରି ଚାଲିଯିବ ବେଗି।
ବ୍ୟାଗରେ ଗୁଡାଏ ବହି,
ବାଟ ସାରା ପଢି ପଢି କିଏ ବା ହାଲିଆ,
ଦିନ ଦଶଟାରେ ଇଣ୍ଟରଭିଉ,
ଛାତି ଧଡ଼ ଧଡ଼।
ମୋର ବି ହୋଇଛି ଏମିତି ଅନୁଭବ।
ସୁଲଭ ଶୌଚାଳୟ ବା ହୋଟେଲରେ,
କାମ ସାରି ହେବ ସେ ସଜବାଜ,
କ୍ଲୋକ ରୁମରେ ଜିନିଷ ରଖି,
ଠିକ ସମୟରେ ପରୀକ୍ଷାରେ ପହଞ୍ଚିବ।
ଶେଷରେ ସମସ୍ତ ଆଶାକୁ,
ଏକାଠି କରି ଟ୍ରେନ ଛାଡେ ଷ୍ଟେସନ।
ଝରକା ବାଟେ ବନ୍ଧୁଙ୍କୁ,
ହାତ ହଲାଇ ଏଥର ବିଦାୟ ନିଏ।
ପ୍ରକାଶ ସାହୁ
ବିଶାଖାପାଟଣା, ଆନ୍ଧ୍ରପ୍ରଦେଶ