Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

3  

Raja Sekhar CH V

Others

ରାଧେଶ୍ୟାମ ମେଘଶ୍ୟାମ

ରାଧେଶ୍ୟାମ ମେଘଶ୍ୟାମ

1 min
399


ରଚନା : ଶ୍ରୀ ରାଜଶେଖର ସି 'ଚିମା'


ହେ ଶ୍ୟାମ! ହେ ରାଧେଶ୍ୟାମ ମେଘଶ୍ୟାମ,

ତୁମେ ତା ହେଲ ମୋହନୀୟ ମେଘଶ୍ୟାମ,

ଗିରିଧର ବଂଶୀଧର ହୋଇ ବାଣ୍ଟିଲ ପ୍ରେମ,

ମୁରଲୀଧର ନାମ ତୁମର ମନୋଜ୍ଞ ମନୋରମ |୧|


କହ୍ନେଇ ବୋଲି ଡାକେ ଗୋକୁଳ ଗ୍ରାମ,

କାଳିଆ ବୋଲି ଡାକେ ଶ୍ରୀକ୍ଷେତ୍ର ଧାମ,

କେଶବ କୃଷ୍ଣ ତୁମର ଅନନ୍ୟ ଶୁଭନାମ,

କୁରୁକ୍ଷେତ୍ରେ ଗୀତାପଦ୍ୟ ଗାଇଲ ଅବିରାମ |୨|


ତୁଳସୀପ୍ରିୟ ତୁମେ ! ହେ ମନୋହର ମେଘଶ୍ୟାମ !,

ରୁକ୍ମିଣୀଙ୍କ ପ୍ରଣୟ ପାଇଲ ! ହେ ନୀଳ ମେଘଶ୍ୟାମ !,

ସତ୍ୟଭାମାଙ୍କର ହେଲ ତୁମେ ପ୍ରିୟଦର୍ଶୀ ପ୍ରିୟତମ,

ମୀରା ରାଧାଙ୍କର ତୁମେ ବରିଷ୍ଠ ଘନିଷ୍ଠ ଘନଶ୍ୟାମ |୩|


କଣ୍ଟିଲୋ ନୀଳମାଧବ ନିଆଳି ମାଧବ ବୋଲି ପ୍ରସିଦ୍ଧ ତୁମ ନାମ,

ଏକାମ୍ରକ୍ଷେତ୍ର ଅନନ୍ତ ବାସୁଦେବ ବୋଲି ସୁପ୍ରସିଦ୍ଧ ତୁମ ନାମ,

ସାକ୍ଷୀଗୋପାଳ ସତ୍ୟବାଦୀ ଗୋପୀନାଥ ବୋଲି ପ୍ରସିଦ୍ଧ ତୁମ ନାମ,

ରେମୁଣା କ୍ଷୀରଚୋରା ଗୋପୀନାଥ ବୋଲି ସୁପ୍ରସିଦ୍ଧ ତୁମ ନାମ |୪|


ତୁମେ ହେଲ ପତିତପାବନ ପରମାନନ୍ଦ ଆଶ୍ରମ,

ତୁମ ପ୍ରତି ଭକ୍ତି-ପାରବଶ୍ୟ ଏକ ମନ୍ତ୍ରମୁଗ୍ଧ ମାଧ୍ୟମ,

ଅତୁଲ୍ୟ ଅସୀମ ତୁମର ପ୍ରଜ୍ଞା ପ୍ରମୋଦ ପରାକ୍ରମ,

ହେ ପୀତାମ୍ବର! ତୁମକୁ ମୋର ପ୍ରିୟୋଦିତ ପ୍ରଣାମ |୫|


ହେ ଶ୍ୟାମ! ହେ ରାଧେଶ୍ୟାମ ମେଘଶ୍ୟାମ!,

ତୁମ ସମ୍ପ୍ରୀତି ରେ ନାହିଁ କିଛି ଶାସନ ନିୟମ,

ଭକ୍ତଙ୍କ ପ୍ରତି ନାହିଁ ତୁମର ପ୍ରଭେଦ ସଂଯମ,

ହୋଉ ଆମର ତୁମ ସହ ସାଗର-ସରିତ ସମ ସଙ୍ଗମ |୬|



Rate this content
Log in