Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarada Parida

Others

3  

Sarada Parida

Others

ବର୍ଷା

ବର୍ଷା

1 min
6.8K


ନୁଆଁଣିଆ ଛପରଟା

କେତେ ଆଉ ଯୁଝିଥାନ୍ତା

ସେଇ ଘର ;

ଯେଉଁଠି ଦିନରେ ଖରା

ରାତିରେ ତାରା

ସବୁ ଥାଇ ନଥିବାର ଅନୁଭବ

ଠିକ ସେ ମତି ହରା

ତରୁଣୀଟା ପରି

ଅବୟବକୁ ଢାଙ୍କିବାକୁ

କେଉଁ ଅବା ନିଘା ତାର !

ତମେ ବର୍ଷାକୁ ଜୀବନ କହିପାର

ଅବା ଯାତନା

ହୁଏତ ଯାତନାର ଭିନ୍ନ ନାମ

ଏ ଜୀବନ !

ଏପଟେ ସହରର କଡେ କଡେ

ଉଛୁଳା ନଈର ସୁଅ

ଆଁ କରି ଚାହିଁ ବସିଛି

କ୍ଷଣକରେ ଗିଳି ବସିବ

ଏ ନାହି କଟା ଛୁଆ ଗୁଡାକୁ

ହାତ ଠାରି ଡାକି ନେଇ

ଅଥଳ ତା କୋଳକୁ !!

ସେପଟେ ସହରରେ

ଯନ୍ତ୍ରଣାର ହାହାକାର

ତଳ ବସ୍ତି କଥା ଫୁ

ରାଜ ରାସ୍ତା ଉବୁଟୁବୁ !

ଅଟ୍ଟାଳିକାକୁ ଅଟ୍ଟହାସ୍ୟ

ସେ ବର୍ଷାର

ମଦନରେ,

ତୋ ନୁଆଁଣିଆ ଚାଳକୁ

ତୁ ଆଶା ଭିଡ଼ିଛୁ !

କିଛି ଫରକ ନାହିଁ

ଏ ସହରର ଭାଗ୍ୟ

ଆଉ ତୋ

ଫଟା ଚାଳଟା ଭିତରେ !!!!!

© ଶାରଦା ପ୍ରସାଦ ପରିଡ଼ା


Rate this content
Log in