Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

5.0  

Sukanti Hotta

Others

ଧର୍ମମାସ

ଧର୍ମମାସ

1 min
275


କାର୍ତ୍ତିକ ମାସର ଶେଷ ପାଞ୍ଚଦିନ

ପଞ୍ଚକ ନାମରେ ଖ୍ୟାତ

ଶୁକ୍ଲ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ

ପାଳନ୍ତି ସାରା ଜଗତ l


ଧର୍ମ ମାସ ପରା କାର୍ତ୍ତିକ ମାସଟି

ବର୍ଷ ମଧ୍ୟରେ ଶ୍ରେଷ୍ଠ

ଆନନ୍ଦେ ପାଳନ୍ତି ହବିଷ୍ୟ କରି

ଭୂଲି ଯାଆନ୍ତି କଷ୍ଟ l


ତୁଳସୀ ମୂଳରେ ପଞ୍ଚୁମୁରୁଜରେ

ଅଳ୍ପନା ଆଙ୍କି ଥାନ୍ତି

ଅତି ଭକ୍ତିରେ ରାଧାଦାମୋଦର

ନାମକୁ ସ୍ମରୁ ଥାନ୍ତି


ଜଗତ ଠାକୁର କାଳିଆ ସାଆନ୍ତ

ରାଧାଦାମୋଦର ବେଶେ

ଦର୍ଶନ ଦେଇ ମନକୁ ମୋହନ୍ତି

ଥାଆନ୍ତି ଭକ୍ତଙ୍କ ପାଶେ l


Rate this content
Log in