Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Others

2  

Neelima Nivedita Behera

Others

ନୀଳ ନଦୀରେ ଯେବେ ନିଆଁ ଲାଗେ

ନୀଳ ନଦୀରେ ଯେବେ ନିଆଁ ଲାଗେ

1 min
6.8K


ନୀଳ ନଦୀରେ ଯେବେ ନିଆଁ ଲାଗେ

ହୁଲୁସ୍ତୁଲ ହୁଏ ତମାମ ଯୌବନ

ଭାଙ୍ଗିଯାଏ ଯୁଗ ଯୁଗର ସମ୍ପର୍କ

ଲୀନ ହୁଏ ଉଭୟଙ୍କ ଆକର୍ଷଣ

ଦୁଇ ଭାଗ ଉଦଜାନ, ଭାଗେ ଅମ୍ଳଜାନର ।

ବୀଜ ଭାଙ୍ଗିଲେ ସିନା ଅଙ୍କୁରି ଉଠେ

ହଳେ କଅଁଳ ପତର

ମନ ଭାଙ୍ଗିଲେ ସିନା ଗଢି ହୁଏ

ତାଜମହଲ ପ୍ରେମିକାର

ହେଲେ ଭାଙ୍ଗିଯାଏ ଯେତେବେଳେ

ବିଶ୍ଵାସର ଛାଇ-ଆଲୁଅ ଖେଳ

ମୁଁ ହେଇଯାଏ ଅନ୍ଧାରର

ଆଉ ତୁମେ ବୋଲାଅ ପର ।

ନୀଳ ନଦୀରେ ଯେବେ ନିଆଁ ଲାଗେ

ସମୁଦ୍ର ଫେରେ ଓଲଟା ପାଦରେ

ପକ୍ଷୀ ଛାଡ଼ି ଦିଏ ନୀଡ଼

ଫୁଲ ଫୁଟିବାକୁ ରଙ୍ଗ ଖୋଜେନା

ମହକରେ ଭରେ କେବଳ ଆଶାର ସଂଚାର ।


Rate this content
Log in