Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Er Sachidananda Barik

Others

3  

Er Sachidananda Barik

Others

ଲୀଳାମୟ

ଲୀଳାମୟ

1 min
6.8K


କେବଳ ତବ ଦର୍ଶନ ଟିଏ ଲୋଡା

ସହସ୍ର ଯୋଜୋନ ର ଶ୍ରମ ଲାଘବ ପାଇଁ

ଅଳ୍ପରେ ହେଉ ପଛେ ଥରେ ଦେଖିଦେଲେ

ଆଖିରେ ଆସେ ଲୁହ ଜକେଇ ॥

ତମେ ଇ ଶିଖେଇଛ ଅଳ୍ପରେ ସନ୍ତୁଷ୍ଟ ହେବାର କଳା

ଟିକେ ଦେଖା ଦେଇ ଖେଳ ଲୁଚକାଳି

ଭାରି ମନୁଆ ତମେ

ଭିଡ ରେ କେତେବେଳେ ଦେଖିନିଅ

ନାସ୍ତିକ ମନରେ ଭାବ ର ଗଙ୍ଗା ବୁହାଇ

ତୋ ପାଖକୁ ଡାକି ନିଅ

ସବୁ ତମ ଲୀଳା

ତମେ ତ ବିଶ୍ଵ ବିନ୍ଧାଣି ॥

ବେଳେ ବେଳେ ଲାଗେ ତମେ କିଛି ବୁଝୁନ

ଆଉ କେବେ ଲାଗେ ସବୁ ତମ ଖେଳା

ଦୁଃଖୀର ଧନ ତମେ

ସୁଖୀର କହ୍ନେଇ ତମେ

ତମେ ଏକା ରାଜା

ସଭିଏଁ ତମ ପ୍ରଜା ॥

ଚକାଆଖି ତମେ କିଛି ବି ନ କହି

ଅଧରେ ଧାରେ ହସ ରେ

କି ମାନି କି ଅଭିମାନୀ

ସଭିଙ୍କୁ ଦେଇଯାଅ ଅଭୟ ର ବରଦାନ

ଅଳ୍ପ ଦର୍ଶନରେ ॥

___________________________________________________________


Rate this content
Log in