Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Others

2  

Prasant Kumar Nath

Others

ଜୀବନ ସୋପାନ

ଜୀବନ ସୋପାନ

1 min
124


ଦିନ ପରେ ଦିନ ବିତି ଯାଉଅଛି

ଯୁଗଟା ଯାଉଛି ବଦଳି

ହେଲେ ବଢିବାକୁ କାହାର ପାଦରେ

ପଡି ନାହିଁ ଜମା ସିକୁଳି ।


ଶୈଶବ କିଶୋର ଯୌବନ ବାର୍ଦ୍ଧକ୍ୟ

ଚାରୋଟି ପାହାଚ ଅଟଇ

ଗୋଟେ ପରେ ଗୋଟେ ସୋପାନକୁ ନେଇ

ଜୀବନ ପଥଟି ଚାଲଇ ।


ବଡ଼ରା ପତର ସଦୃଶ ଜୀବନ

ଗୋଟେ ପରେ ଗୋଟେ ଖସଇ

ଉପର ହେଉକି ହେଉ ଅବା ତଳ

ସମସ୍ତଙ୍କ ଦିନ ଆସଇ ।


ପରବର୍ତ୍ତୀ ବାଟ ସ୍ୱର୍ଗକୁ ନର୍କକୁ

କରମକୁ ନେଇ ତିଆରି

ଇଚ୍ଛା ଥାଉ ଅବା ନଥାଉ ତୁମର

ନେଇଯିବ ସିଏ ଘୋସାରି ।


ଭଲକାମ ଯଦି କରିବ ଜୀବନରେ

ଯାଗାଟା ତୁମର ସ୍ଵର୍ଗରେ

ନହେଲେ ନିଇତି ଘାଣ୍ଟି ହେଉଥିବ

ପଡି ରହି ତୁମେ ନର୍କରେ ।

          ******

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ଉତ୍ତରକୂଳ ହାଟ, ପ୍ରୀତିପୁର,ଯାଜପୁର ।



Rate this content
Log in