Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Others

5.0  

Writer Roja Panda

Others

ରଜ

ରଜ

1 min
87



ଆଜି ପରା ରଜ,ହୋଇ ସଜବାଜ 

କରିବା ଆସରେ ମଉଜ...

ପୋଡପିଠା ସାଥେ ରଜପାନ ଖାଇ

ବୁଲୁଥିବା ସାରା ରାଇଜ ।।

ଦୋଳି ଖେଳୁଥିବା ଆନନ୍ଦ ମନରେ

 ଗାଇ ଭଳିଭଳି ଗୀତ...

ବେଙ୍ଗୁଲୀ ସାଥିରେ ବେଙ୍ଗ ରାଜା ପରି

ଆ ଆଲୋ ବସିବା ମିତ ।।

ଭୂଇଁ ନଁଅଣ ରେ ଭୂମି ପୂଜା କରି

ମାଟିକୁ କରିବା ଅଳି...

ଏବର୍ଷ ବିଲରେ,ବାଡ଼ିରେ,ଢିଅରେ

ଫସଲ ଦେବସେ ଢାଳି ।।

ଶେଷରେ ବସୁଧା ମାଆକୁ ଗାଧେଇ

ରଜକୁ ଦେବା ବିଦାୟ...

ବସୁଧା ମାଆର ଆଶୀର୍ବାଦ ବଳେ

ହୋଇବ ପ୍ରଚୁର ଆୟ ।।




Rate this content
Log in