Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Others

2  

Writer Roja Panda

Others

ବ୍ୟାଚଲର ଜୀବନ

ବ୍ୟାଚଲର ଜୀବନ

1 min
180


ଖୁବ ଭଲ ଲାଗୁଥିଲା ସେଇ ବ୍ୟାଚଲର ଜୀବନ,

ମିଠା ମିଠା ସପନର ଆଢୁଆଳରେ

ଖୁବ ବିନ୍ଦାସ ଭାବରେ ଉଡ଼ିବୁଲୁଥିଲା

ମୋର ଟିକି ଅମାନିଆ ନିରୀମାଖି ମନ .......


ସ୍କୁଲରେ ସାଙ୍ଗଙ୍କ ମଧ୍ୟରେ ମଜାମସ୍ତି ଚାଲୁଥିଲା ଅନେକ କଥାରେ,

ଗପର ଆସର ମେଲୁଥିଲା ପ୍ରତ୍ୟେକ ରୁମରେ

ରାଗ,ରୁଷା, ଅଭିମାନ ସବୁକିଛି ଚଳୁଥିଲା,

ସେଇ ପିଲାଦିନର ସ୍କୁଲ ସାଙ୍ଗଙ୍କ ମଧ୍ୟରେ ।।


ସ୍କୁଲ ସାରି ନୂଆ ନୂଆ କଲେଜରେ ପାଦ ଦେଲାପରେ

ନୂଆ ସାଙ୍ଗଙ୍କ ସହ ଥଟାରେ ମଜାରେ

ଭଲଲାଗେ ଚିଡାଇବାକୁ ବ୍ୟକ୍ତିଗତ ବିଷୟକୁ ନେଇ

ସେଇ ବ୍ୟାଚଲର ଜୀବନର ସାଙ୍ଗମାନଙ୍କୁ ମଝିରେ ମଝିରେ ।।


କଟୁଥିଲା ବ୍ୟାଚଲର ଜୀବନ ମହା ଆନନ୍ଦରେ

ବେଳେବେଳେ କିଛି ଛୋଟ କଥାକୁ ନେଇ

ଚାଲୁଥିଲା କଥା କଟାକଟି

ଖୋଜା ଚାଲୁଥିଲା କିଏ ଦେବ ସାକ୍ଷୀ

ଗୁଗୁଲ ସର୍ଚ୍ଚ ହେଉ କି ଇଣ୍ଟରନେଟ ଉଇକିପେଡ଼ିଆରେ ।।


ପରୀକ୍ଷା ସମୟରେ ସାଙ୍ଗମାନଙ୍କ ସହ ସର୍ତ୍ତ ରଖି

ରାତି ଅନିଦ୍ରା ହୋଇ ବହି ପଢି ସାରିବାରେ

ଛାତ ସାରା ଖରାରେ ବୁଲିବୁଲି

ଗଣିତ ଫର୍ମୁଲା ମାନେରଖିବା ଓ ସରଳାର୍ଥ

ଧାଡ଼ିକି ଧାଡି ଘୋଷିବା ଏକା ନିଶ୍ୱାସରେ ।।


ହଷ୍ଟେଲରେ ନିଜ ହାତେ ରୋଷେଇ କରି

ଦରସିଝା ଡାଲି, ତରକାରୀ ଖାଇବାରେ

ତଥାପି କାହା ମୁହଁରୁ ଭଲ ହୋଇଛି ତରକାରୀ

ଶୁଣି ଖୁବ ଖୁସି ହେବାରେ

ଭଲଲାଗେ ଭାରି ବ୍ୟାଚଲର ଜୀବନ

ନିଜ ହାତେ ରାନ୍ଧିବାଢି ଖାଇବା ଓ ଖୁଆଇବାରେ ।।


ଜୀବନରେ ଗୋଟେ ଅଲଗା ରୁଟିନର ପୃଷ୍ଠାଟେ ଯୋଡି ହୋଇଯାଏ

ଏଇ ବ୍ୟାଚଲର ଜୀବନ ସରିଗଲା ପରେ

ଯେମିତି ସବୁ ଖୁସି, ସବୁ ଅଧିକାର ଓ ସ୍ୱାଧୀନତା

ହଜିଯାଏ କେଉଁ ଘୋର ବଣ ଜଙ୍ଗଲରେ

ଗୋଟେ ନୂଆ ଫର୍ଦ ଯୋଡ଼ି ହେଇଯାଏ

ଜୀବନର ବ୍ୟାଚଲର ପର୍ଯ୍ୟାୟ ସମାପ୍ତ ହେଲାପରେ ।।


ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର,ମଧୁପାଟଣା, କଟକ-୭୫୩୦୧୦





Rate this content
Log in