Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Others

2  

Debabrata Jena

Others

ଆସ ତୁମେ ଅବତରି

ଆସ ତୁମେ ଅବତରି

1 min
6.7K


ଯେବେ ଯେବେ ଧରାଧାମେ ପାପ ହୁଏ ପୂର୍ଣ୍ଣ

ନର ରୂପେ ପରଂବ୍ରହ୍ମ ହୋଇ ଅବତୀର୍ଣ୍ଣ

ଅଧର୍ମ ଓ ଅନ୍ୟାୟକୁ ସଂହାର ସେ କରି

ଧର୍ମ ସଂସ୍ଥାପନ୍ତି ଧାମେ ପାପକୁ ବିହରି ।।

ଦ୍ୱାପରରେ କୃଷ୍ଣ ହୋଇ କଂସକୁ ବଧିଲ

ତ୍ରେତୟା-କୋଦଣ୍ଡଧାରୀ ରାବଣ ନାଶିଲ

ଦାରୁ ମୂରତି କେବେ ଗୋ ମୁକୁନ୍ଦ ମୁରାରୀ

ଆଣ୍ଠୁଆ ଗୋପାଳ ତୁମେ କେବେ ବଂଶୀଧାରୀ ।।

ବିରାଜିଵ କି ହେ ଶ୍ୟାମ ଏହି କଳିଯୁଗେ ???

ସଂହାରିବ ଦୁର୍ମତିଙ୍କୁ ସମ୍ପ୍ରତି ସମାଜେ

ରାବଣ ଓ କଂସାସୁର ଅଛନ୍ତି ଯେତକ

ପାପ ଶୂନ୍ୟ ହେବ ପ୍ରଭୁ ଧରାରେ ସେତକ ।।

ତବ ଜନ୍ମ ଅଷ୍ଟମୀରେ ଏତିକି ବିନତି

ତବ କୃପା ବଳେ ସର୍ବେ ଭୋଗୁଥାନ୍ତୁ ଶାନ୍ତି ।।


Rate this content
Log in