STORYMIRROR

Alekha Pasad Moharana

Others

3  

Alekha Pasad Moharana

Others

ମୋ ମାଆ

ମୋ ମାଆ

1 min
236


କରୁଣାମୟୀ ମମତାମୟୀ ସେନେହମୟୀ ମୋ ମାଆ

ଜୀବନ୍ତ ଦେବୀ ଜୀବନେ ମୋର ଦେଖାଇଛି ପଥ ରାହା।

ଭୂଇଁ ଉପରେ ପାଦ ଥାପିବା ସାହାସ ଦେଇଛି ମୋତେ

ଜନମ ଦେଇ ତାର ଗରଭୁ ଶିଖାଇଛି ଜ୍ଞାନ କେତେ।


ପୀୟୂଷ ଝରେ ତାର ଅନ୍ତରୁ ନାଶଇ ଅଜ୍ଞାନ ପାପ

ମମତା ସ୍ନେହ ଶୁଖାଏ ଲୁହ ଶୁଣାଏ ଯେବେ ସେ ଗପ।

ପଣତ ତାର ଜନ୍ମ ଜନ୍ମର ରକ୍ଷାର କବଚ ମୋର

ଭୟ ବିପଦେ ଯୋଗାଏ ବଳ ଶକ୍ତି ଝରେ ନିରନ୍ତର।


କେତେ ଅଝଟ କେତେ ଯେ ଆଣ୍ଟ ସହିଛି ମାଆ ମୋର

ତୁନି କରିଛି କାନ୍ଦିଲେ ମୁଁହିଁ ବୋଧ ଦେଇ ବାର ବାର।

ଯୁଗ ଯୁଗର ସାହା ମୋହର ତା ପାଦେ ପ୍ରଣାମ ମୋର

ସୁଝିବ ନାହିଁ ମାଆର ଋଣ ଜନ୍ମ ନେଲେ କୋଟି ଥର।



Rate this content
Log in