Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Others

2  

Writer Roja Panda

Others

ପ୍ରକୃତି ଓ ପ୍ରଭୁ

ପ୍ରକୃତି ଓ ପ୍ରଭୁ

1 min
1.3K


ଫୁଲରେ ଦେଇଛ ମହକ ପ୍ରଭୁହେ,

ଗୋଲାପେ ରଖିଛ କଣ୍ଟା,

ସଭିଏଁ ନିଜର ଦକ୍ଷତାନୁଯାୟୀ,

କର୍ମେ ହୋଇଛନ୍ତି ବନ୍ଧା ।।


କୋଇଲି କଣ୍ଠରେ ମଧୁର ସ୍ୱରର,

ଲହରୀ ଦେଇଛ ଭରି,

କୁହୁକୁହୁ ଗାଇ ତା ମଧୁର ଗାନେ,

ମନକୁ ନିଅଇ ହରି ।।


ଇନ୍ଦ୍ରଧନୁ ଦେହେ ସାତରଙ୍ଗ ଭରି,

ଦେଇଛ ତା ଶୋଭା ବଢ଼େଇ

କଳା ବାଦଲଟା ଆକାଶ ଛାତିରେ,

ଚନ୍ଦ୍ରମାକୁ ଦିଏ ଘୋଡେଇ ।।


ମୟୁରକୁ ଦେଇ ସୁନ୍ଦରତା ତାର,

ପଙ୍ଖକୁ ନେଇଛ ମଥାରେ ଧରି,

ମନୁଷ୍ୟକୁ ଦେଲ ପରାକ୍ରମ ଶକ୍ତି,

ବୁଦ୍ଧି ବିବେକ ତା ମନରେ ଭରି ।।


ନଦୀକୁ କରିଛ ଧୀର ଆଉ ନମ୍ର,

ସାଗରେ ରଖିଛ ଗର୍ଜନ ଭରି,

ପ୍ରକୃତିର ଶୋଭା ହରିନିଏ ମନ,

ଅପୂର୍ବରୁପ ତା ଦର୍ଶନ କରି ।।


ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର

ମଧୁପାଟଣା,କଟକ-୭୫୩୦୧୦

Email-roja.saumya@gmail.com


Rate this content
Log in