STORYMIRROR

Satyanarayan Sahoo

Others

3  

Satyanarayan Sahoo

Others

ସୈନିକ ଓ କୃଷକ

ସୈନିକ ଓ କୃଷକ

1 min
144

ଅର୍ଦ୍ଧାଙ୍ଗେ ଶୋଭଇ ସୈନିକର ବେଶ  

ଅନ୍ୟ ଅର୍ଦ୍ଧାଙ୍ଗେ କୃଷକ

ଦେଶ ମାତୃକାର ଜାଗ୍ରତ ପ୍ରହରୀ

ଭାବେ ଯିଏ ରଖେ ଟେକ ॥


ପ୍ରତି ଦେଶ ଜାତି ସଭ୍ୟତା ସଂସ୍କୃତି

 ଯାହାଙ୍କ ଯୋଗେ ଉନ୍ନତି

କରି ଆସିଅଛି ଜଗତେ ଦେଉଛି

ଯିଏ ଶିକ୍ଷା ନିତି ନିତି ॥


ଶ୍ରମ ଗୁଣଗାନ ମୁଖର ଯା' ମନ

କରି ନିତି ପରିଶ୍ରମ

ଖାଦ୍ୟ ଓ ସୁରକ୍ଷା ଦେଇ ନୀତି ଶିକ୍ଷା

ପ୍ରତି ପ୍ରାଣେ ବିତରଣ ॥


ରତ ଥାନ୍ତି ରହି ସଦା ଶାନ୍ତି ଚାହିଁ

ପ୍ରାଣ ମନ ପୁଲ କିତ

ସେହି ହିଁ ଜବାନ ସେହି ହିଁ କିଷାନ

ହୁଅନ୍ତି ସଦା ବିଜିତ ॥


ଜୟ ଜବାନ ଓ ଜୟ କିଷାନର

ସ୍ଲୋଗାନେ ଆମ ସର୍କାର

ସାଧିବାକୁ ହିତ ଯୋଜନା କେତେତ

କରି ସେସବୁ ପ୍ରସାର ॥


ପାଇଁ ସଦୁଦ୍ୟମ କରି ଥିଲେ ହେଲେ

ଲଭୁଛି କିଏ ସୁଫଳ

ସ୍ୱାର୍ଥ ରେ ସଭିଏଁ ମତ୍ତ ଉଲ୍ଲାସରେ

ଆମ ସରକାରୀ କଳ ॥



Rate this content
Log in