STORYMIRROR

Ajit Kumar Raut

Others

3  

Ajit Kumar Raut

Others

ଚଳଚ୍ଚିତ୍ର

ଚଳଚ୍ଚିତ୍ର

1 min
138


ଶିକ୍ଷାର ବିକାଶେ ଚଳଚ୍ଚିତ୍ର ଯହିଁ 

ଅଭିନୟେ ଶିକ୍ଷା ଦିଏ 

ସତ୍ୟତାକୁ ଦିଏ ସମାଜେ ଅଜାଡି

ସମାଜ ସୁଧାର ହୁଏ।


ଚିତ୍ତବିନୋଦନ କରେ ଚଳଚ୍ଚିତ୍ର

ଚିନ୍ତାରୁ ବଞ୍ଚିତ କରେ 

ସ୍ୱପ୍ନ ବାନ୍ଧି ଦିଏ କର୍ତ୍ତବ୍ୟରେ ପୁଣି

କର୍ମେ ଉତ୍ସାହିତ କରେ।


ଜ୍ଞାନୀ କରୁ ଥାଏ ଭଲକୁ ଗ୍ରହଣ   

କରେ ଅଜ୍ଞାନ ମନ୍ଦକୁ 

ଦେଖି ଚଳଚ୍ଚିତ୍ର ହୁଏ କେହୁ ଗୁଣ୍ଡା

ଧରେ କେହୁ ଅହିଂସାକୁ।


କରେ ଅପରାଧ ଚଳଚ୍ଚିତ୍ର ଦେଖି

କରେନି ସତ୍ୟ ଗ୍ରହଣ 

ଦୁଷ୍ଟ ପ୍ରବୃତ୍ତିର ମନୁଷ୍ୟ ସେହୁରେ

ଶିଘ୍ର ହୁଏ ତା ମରଣ।


ଗ୍ରହଣ କରେଟି ମନ୍ଦବାଟ କେହୁ

ଚଳଚ୍ଚିତ୍ର ଦେଖି ତହିଁ 

ଚଳଚ୍ଚିତ୍ରେ ଅଛି ସତ୍ୟ ତ୍ୟାଗ ଗୁଣ

ଶିକ୍ଷାର ନିମନ୍ତେ ଯହିଁ।


କାହାଣୀ ଟି ପରା ଚଳଚ୍ଚିତ୍ର ଯହିଁ

ଚରିତ୍ରେ ହିଁ ଭଲ ମନ୍ଦ 

ଭଲରେ ରହିଛି ବିଜୟ ଅବଶ୍ୟ

ହୁଏ ପରାଜୟ ମନ୍ଦ।


ମନ୍ଦ କର୍ମେ ତାର ବିନାଶ ଅବଶ୍ୟ

ଶିକ୍ଷା ଚଳଚ୍ଚିତ୍ର ଦିଏ 

ସତ୍ୟ ନ୍ୟାୟ ବାଟ ଦିଏ ଚଳଚ୍ଚିତ୍ର

ଜ୍ଞାନ ଅଭିନୟେ ଦିଏ।


ନିଃସ୍ୱାର୍ଥ ପ୍ରେମର ଅଭିଳାଷା ପୁର୍ତ୍ତି

ଦିଏ ଶିକ୍ଷା ଚଳଚ୍ଚିତ୍ର

ଆବଶ୍ୟକ ଅଙ୍ଗ ଚଳଚ୍ଚିତ୍ର ପରା

ଜ୍ଞାନ ଦିଏ ଚଳଚ୍ଚିତ୍ର।


ଅଶାନ୍ତ ମନରେ ଶାନ୍ତି ଆଣି ଦିଏ

ଶିକ୍ଷା କ୍ଷେତ୍ରେ ଉପଯୋଗୀ 

ଆଦର ତାହାର ଜନଜନଙ୍କରେ

କର୍ମକ୍ଷେତ୍ରେ ଉପଯୋଗୀ।


ସମାଜ ସୁଧାର ସାଧନଟି ଏହୁ

ଜ୍ଞାନ ଭରେ ସମାଜରେ 

ବ୍ୟକ୍ତିତ୍ୱ ନିର୍ମାଣ କରେ ଚଳଚ୍ଚିତ୍ର

ଆବଶ୍ୟକ ଜୀବନରେ।


ଧର୍ମ ଅଧର୍ମର ଶିକ୍ଷା ଦିଏ ଏହୁ

ଦିଏ କର୍ତ୍ତବ୍ୟର ଶିକ୍ଷା 

ଭଲ ଜିନିଷକୁ ଗ୍ରହଣ କରିଲେ

ହୁଏ ତାର ପାଇଁ ଦୀକ୍ଷା।


ଅଭିନୟ ଦ୍ୱାରା ଶିକ୍ଷା ଦିଏ ଜନେ

ଆଦର ଏହାରି ହୁଏ 

ରାଷ୍ଟ୍ରଭକ୍ତି ପ୍ରୀତି ଚଳଚ୍ଚିତ୍ର ଦିଏ

ରାଷ୍ଟ୍ରର ନିର୍ମାଣ ହୁଏ।



Rate this content
Log in