Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

5.0  

Sukanti Hotta

Others

ଜ୍ଞାନର ଆଲୋକ

ଜ୍ଞାନର ଆଲୋକ

1 min
168


ଜୀବନ ଦୀପ ରେ କଲମ ପ୍ରଦୀପ

ଅବିଶ୍ରାନ୍ତ ଚାଲୁଥାଏ

ସାରା ଜଗତରେ ଜ୍ଞାନର ଆଲୋକ

ପ୍ରଚାର ପ୍ରସାର ହୁଏ l


ଶାନ୍ତି ମୈତ୍ରୀ ପ୍ରୀତି ଏକତାର ବାଣୀ

ସଭିଙ୍କୁ ବୁଝାଉ ଥାଏ

ଦେଶର ଗୌରବ ଅଖଣ୍ଡତା ପାଇଁ

ଚିର ଜାଗ୍ରତ ରହେ l


ନିନ୍ଦା ଅପବାଦ ମିଥ୍ୟା ପ୍ରଚାର

ଭାରିଦୁଖଃ ଦେଉଥାଏ

ସ୍ନେହ ଶ୍ରଦ୍ଧା ଆଉ ଅମୃତର ବାଣୀ

ଚିର ନିଃସୃତ ହୁଏ l


ଆଦି ନାହିଁ ଯାର ଅନ୍ତ ବି ନାହିଁ

ଅଜ୍ଞାନ ଅନ୍ଧାର ଦୂର କରୁ ଥାଇ

ସତ୍ୟ ଅହିଂସାର ପୂଜାରୀ ହୋଇ

ସମସ୍ତଙ୍କ ଅତି ପ୍ରିୟ ସେହି l


ବିଚରା କଲମ ମଣିଷ ହାତରେ

ସଦାବେଳେ ନାଚୁଥାଏ

ନିଷ୍ଠୁର ମଣିଷ ସତ ମିଛ ଲେଖି

ପ୍ରତାରଣା କରୁଥାଏ l



Rate this content
Log in