Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

CHARUBALA PADHI

Others

5.0  

CHARUBALA PADHI

Others

ଅଭିଶପ୍ତ ମଣିଷ

ଅଭିଶପ୍ତ ମଣିଷ

1 min
770


କାହିଁକି କେଜାଣି ସବୁ ବୁଝିବି ଅବୁଝା ଏ ମଣିଷ

ବନ୍ଧିତ ବନ୍ଧନେ ସାହସ ଦେଖାଇ

ପ୍ରକୃତିକୁ କରେ ଭ୍ରୁଲୁଣ୍ଠିତ,

ବସ୍ତୁବାଦ ଚକ୍ରବ୍ୟୁହେ

ମାନବିକତାକୁ ଦେଇ ଜଳାଞ୍ଜଳି,

କରୁଛି ସେ ବୃଥା ଅଟ୍ଟହାସ୍ୟ ।

କାହିଁକି କେଜାଣି ସବୁ ବୁଝିବି ଅବୁଝା ଏ ମଣିଷ

ମନ ତା ଚଞ୍ଚଳ ଲଗାମ ବିହୀନ,

ସତେ ଖେଳୁଛି ସେ ସତରଞ୍ଜ

ଆପଣା ନିକଟେ ପରାସ୍ତ ବରି ବି

ନାହିଁ ତା ମନେ ପଶ୍ଚାତାପ ।

କାହିଁକି କେଜାଣି ସବୁ ବୁଝିବି ଅବୁଝା ଏ ମଣିଷ

ଆଧୁନିକତାର ଆସ୍ୱାଦ ଚାଖି ସେ

ବିଷକୁ ମଣୁଛି ପୀୟୂଷ,

ସୁନ୍ଦର ପୃଥିବୀ ଦିନେ ହେବ ଭଗ୍ନସ୍ତୁପ

କିନ୍ତୁ ନାହିଁ ତା ମନେ ଆତ୍ମଗ୍ଲାନି କି ଅବଶୋଷ !

ଗୋଟେ ପଟେ ମୃତ୍ୟୁର ସତ୍ୟ,

ଆରପଟେ ଜନ୍ମର ଉପହାସ

ତଥାପି ସବୁ ବୁଝି ବି ଅବୁଝା ଏ ଅଭିଶପ୍ତ ମଣିଷ ।


Rate this content
Log in