STORYMIRROR

Pratima Satpathy

Others

4  

Pratima Satpathy

Others

ନବ ମାତୃକା

ନବ ମାତୃକା

1 min
289

ରାଗ - (କଳ ହଂସ କେଦାର)


ଭାଦ୍ର ଆଶ୍ୱିନ ମାସେ ଋତୁ ଶରତ

ଆସଇ ପୃଥିବୀ କୁ ହୋଇ ଉଷତ ଯେ

ଶରତ ଆକାଶରେ ନିର୍ମଳ ଜହ୍ନ

ଦେଖିଲେ ଉଲ୍ଲସିତ ହୁଅଇ ମନ ଯେ 

ଆଶ୍ୱିନ ମାସରେ ମାଆ ଦୁର୍ଗାଙ୍କର

ପୂଜା ହୋଇଥାଇ ଵିଧି ବିଧାନର ଯେ

ନବ ରାତ୍ରରେ ନଅ ନାମରେ ମାଆ 

ପୂଜାପାଇ ଭକ୍ତଙ୍କୁ କରନ୍ତି ଦୟା. ଯେ

ପ୍ରଥମ ଦିନେ ଶୈଳପୁତ୍ରୀ ନାମରେ

ପୂଜା ପାଆନ୍ତି ମାଆ ଏହି ଧରାରେ ଯେ

ଦ୍ୱିତୀୟ ଦିନ ନାମ ବ୍ରହ୍ମଚାରିଣୀ 

ଚନ୍ଦ୍ରଘଣ୍ଟା ନାମ ତୃତୀୟ ଯାମିନୀ ଯେ

କୁଷ୍ମାଣ୍ଡା ନାମେ ପୂଜା ଚତୁର୍ଥ ଦିନେ

ପୂଜା ପାଆନ୍ତି ମାଆ ବିଧିବିଧାନେ ଯେ

ପଞ୍ଚମ ଦିନେ ସ୍କନ୍ଧ ମାତା ପୁଜିତା

ଷଷ୍ଠ ଦିନରେ କାତ୍ୟାୟିନୀ ନାମିତା ଯେ

ସପ୍ତମ ଦିନେ କଳରାତ୍ରି ନାମରେ

ମହାଗୌରୀ ନାମ ଅଷ୍ଟମ ରାତ୍ରରେ ଯେ

ନବମ ଦିନେ ନାମ ଯେ ସିଦ୍ଧିଦାତ୍ରୀ

ଭକ୍ତଙ୍କ ମନବାଞ୍ଛା ପୂର୍ଣ୍ଣ କରନ୍ତି ଯେ

ଷୋଡଶ ଉପଚାରେ ହୁଅନ୍ତି ପୂଜା

ସନ୍ତୋଷରେ ବର ଦିଅନ୍ତି ଗିରିଜା ଯେ

ନବରାତ୍ରରେ ବ୍ରତ ପାଳନ୍ତି ଲୋକେ

ହବିଷ୍ୟାନ୍ନ ଭକ୍ଷଣ କରନ୍ତି ସୁଖେ ଯେ

ସକାଳୁ ପ୍ରାତଃ ସ୍ନାନ କରନ୍ତି ସେହି

ଦିନ କଟାନ୍ତି ମାତାଙ୍କ ପାଦ ଧ୍ୟାୟୀ ଯେ

ପ୍ରସନ୍ନ ହୋଇ ମାତା ଦିଅନ୍ତି ବର

ମର୍ତ୍ତ୍ୟ ରେ ଆନନ୍ଦ ପାଆନ୍ତି ଅପାର ଯେ

ଦୟା ସାଗରୀ ମାତା ସନ୍ତାନ ପ୍ରତି

ଦୁଃଖ ଯନ୍ତ୍ରଣା ହରି ଦିଅନ୍ତି ଶାନ୍ତି ଯେ

ମାତା ନବମାତୃକା ପାଦେ ପ୍ରଣାମ

କରୁଛି ମାତା ମୋର ଗୁହାରି ଶୁଣ ଯେ

କିଞ୍ଚିତ ମାତ୍ରା ତୋର କରୁଣା ରାଶି

ଅଧମ ସୁତା ପରେ ଦିଅ ବରଷି ମା ll


Rate this content
Log in