Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dhiren Bag

Others

3.3  

Dhiren Bag

Others

ମୁଁ ପାରୁନି ବାରି

ମୁଁ ପାରୁନି ବାରି

1 min
464



ଝରକା ଏପଟୁ

ନିତି ଦେଖେ ଜହ୍ନ

ଫରକ ପାରେନା ବାରି

କାଲି ଯାହା ଆଜିବି ତାହା

ସବୁତ ଏକା ପରି ।


ଦିନ ଥିଲା ମୁଁ

ମାଆ କୋଳେ ବସି

ଖୁସିରେ ନାଚି ,ଚିତ୍କାର କରି

ଛୁଇଁବାକୁ ଚାହିଁଛି କେତେ ।


ସମୟ ଆସିଲା

ନବ ଯୌବନେ ପାଦ ଖସିଲା

ତା ସହ ମିଶି ଦେଖିଲି ଯେତେ

ଭାରି ସୁନ୍ଦର ଲାଗିଲୁ ମୋତେ ।


ସମୟ ଗଡିଲା ସମୟ ବାଟେ

ହେଇଗଲି ଆଜି ଏକା

ଜହ୍ନ କିରଣ ବି ଫିକା ଲାଗିଲା

ଘଟିଲା ଅନ୍ଧାର ଛିଟା ।


ଜୀବନ ଜଞ୍ଜାଳେ

ଆଜି ଦେଖେ ପୁଣି

ଖୁବ୍ ବିରହେ,ହତାଶ ସାଜି

ହୃଦୟ ଯନ୍ତ୍ରଣାକୁ ଏକାଠି କରି

ସେମିତି ରହିଛୁ ସେମିତି ହସୁଛୁ

ମୁଁ ପାରୁନି ବାରି।।


ଧିରେନ୍ ବାଗ

ଗୌଡରମା, କୁଳିଅଣା, ମୟୂରଭଞ୍ଜ



Rate this content
Log in