Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Others

3  

Prasant Kumar Nath

Others

କଳା ଗୋସେଇଁ

କଳା ଗୋସେଇଁ

1 min
13.4K


ଜାଣିନାହିଁ ମୁହିଁ ପୂଜାବିଧି ଆଉ
ଜାଣିନାହିଁ ମନ୍ତ୍ରପାଠ
ଧୂପଟିଏ ଜାଳେ ତୁମରି ଆଗରେ
ଡାକି ଜୟ ଜଗନ୍ନାଥ ।
ପାରୁନାହିଁ ବାଢ଼ି ତୁମରି ପାଇଁ ମୁଁ
ଷାଠିଏ ପଉଟି ଭୋଗ
ଯାହା ମୁଁ ଦେଉଛି ଭକତି ଭାବରେ
ନିଅ ପ୍ରଭୁ ଜଗନ୍ନାଥ ।
ଅଭାବୀ ମଣିଷ ଅଭାବରେ ରୁହେ
ଦେବି କିବା ଉପହାର
ଚରଣେ ତୁମର ଶରଣ ପଶୁଛି
ଦୀନବନ୍ଧୁ ଦୟାକର ।
କରୁଣାର ସିନ୍ଧୁ ଆହେ ଜଗବନ୍ଧୁ
ଭକ୍ତପ୍ରିୟ ଭାବଗ୍ରାହୀ
ଜୀବନ ମୋହର ହୋଇଅଛି ଧନ୍ୟ
ତୁମ ପରି ପ୍ରଭୁ ପାଇ ।
କିଛି ଦେଇ ନାହଁ କହିବି କେମିତି
ତୁମକୁ କଳା ଗୋସେଇଁ
ଯେତିକି ଦେଇଛ ସେତିକିରେ ଖୁସି
ବେଶି କିଛି ମାଗୁ ନାହିଁ ।
ଦୁଃଖ ଦେଲେ ମୋତେ ଦିଅ ମହାବାହୁ
ମାଗିବିନି କେବେ ସୁଖ
ହେଲେ ମୋତେ ଦିଅ ଏତିକି ଶକତି
ଯେମିତି ସହିବି ଦୁଃଖ ।
********
ପ୍ରଶାନ୍ତ କୁମାର ନାଥ
ସୁନ୍ଦରପୁର,ଉତ୍ତରକୂଳ ହାଟ୍,ପ୍ରୀତିପୁର,ଯାଜପୁର ।
ମୋ-୦୮୮୯୨୩୦୧୧୪୩


Rate this content
Log in