Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

3  

Raja Sekhar CH V

Others

ପାରିବାରିକ ଏକତ୍ରୀକରଣ ଚାବି

ପାରିବାରିକ ଏକତ୍ରୀକରଣ ଚାବି

1 min
155



ପ୍ରତି ବାସଗୃହ ହୁଏ ଯେ ସୁନ୍ଦର ନିବାସ,

ଯେବେ ପରିବାର ଜନଙ୍କ ମଧ୍ୟେ ଅଛି ସ୍ନେହ ମମତା ର ଆବାସ ।


ପରସ୍ପରଙ୍କ ପ୍ରତି ପ୍ରେମ କରାଏ ପତି ପତ୍ନୀଙ୍କ ଏକତ୍ରୀକରଣ,

ଉପଯୁକ୍ତ ସମୟ ରେ ସନ୍ତତି ସଦା ସାଇତି ରଖନ୍ତି ତାଙ୍କର ଏକୀକରଣ ।


ଗୋଟାଏ ମୁଦ୍ରା ର ଉବାହାୟ ପାର୍ଶ୍ୱ ହେଲେ ଭାର୍ଯ୍ୟା ଭର୍ତ୍ତା,

ତାଙ୍କର ପବିତ୍ର ବନ୍ଧନ ରେ କେବେ ନ ଆସୁ ବିବାହ ବିଚ୍ଛେଦର ବାର୍ତ୍ତା ।


ସ୍ୱାମୀ ନିର୍ମାଣ କରେ ମୌଳିକ ଘର,

ସ୍ତ୍ରୀ ପୁଙ୍ଖାନୁପୁଙ୍ଖ ଭାବେ ସମ୍ପୂର୍ଣ୍ଣ କରେ ନିଜ ସ୍ୱାମୀର ଘର ।


ମାତା ଗୃହିଣୀ ଯଦି ଘରେ ପାଉଛନ୍ତି ଆନନ୍ଦ,

ତେବେ ସମସ୍ତ ସନ୍ତାନଙ୍କୁ ସର୍ବଦା ମିଳିବ ସନ୍ତୋଷ ସାନନ୍ଦ ।


ନିଜ ସଦନ ରେ ଅନୁଚିତ ଯେ ସ୍ୱାମୀ-ସ୍ତ୍ରୀଙ୍କ ବାଦ-ବିବାଦ,

ତେବେ ଛୋଟ ପିଲାମାନେ ସଙ୍କୋଚ ରେ କରିବେ ମାତା ପିତାଙ୍କ ସହ ସମ୍ବାଦ ।


କେବେ ନା କେବେ ତ ଆସିବ ଅଭିପ୍ରାୟ ରେ ଭେଦ,

ସୁଯୋଗ ସଂଯୋଗ ଦେବାର ନାହିଁ କରିବାକୁ ଆତ୍ମୀୟ ଅନୁବନ୍ଧରେ ଛେଦ ।


ମାତା ପିତା ବିନା ସନ୍ତାନ ର ଜୀବନ ଯାପନ ବହୁତ ଜଟିଳ,

ଏହି କଷ୍ଟ ସମୟ କୁ ଲଙ୍ଘିବା ପିଲାମାନଙ୍କ ପାଇଁ ଅତ୍ୟନ୍ତ କୁଟିଳ ।


ସ୍ୱାମୀ ସ୍ତ୍ରୀ ହେଉଛନ୍ତି ପ୍ରତି ଘର ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ,

ତାଙ୍କ ଅନୁରାଗ ପୂରିତ ସମୟରୁ ହୁଏ ଘରର ପରିବେଶ ପରିପୂର୍ଣ୍ଣ ।


ପ୍ରୀତି ପ୍ରେମ ହିଁ ହେଉଛି ପାରିବାରିକ ଏକତ୍ରୀକରଣ ର ଚାବି,

ଅନ୍ତରଙ୍ଗ ର ଅସୀମିତ ଅନୁରକ୍ତି ହିଁ କରେ ପତି ପତ୍ନୀଙ୍କ ସମ୍ବନ୍ଧ ର ସୁନ୍ଦର ଛବି ।


Rate this content
Log in