Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

2  

Raja Sekhar CH V

Others

ମୂଲ୍ୟ ହରାଉଛି ପ୍ରଶାସନ

ମୂଲ୍ୟ ହରାଉଛି ପ୍ରଶାସନ

1 min
278


ଗଣତାନ୍ତ୍ରିକ ମୂଲ୍ୟ ହରାଉଛି ପ୍ରଶାସନ,

ସମଗ୍ର ସଂସ୍ଥାନରେ ଦିଶୁନି ଅନୁଶାସନ,

ଅସ୍ଥିର ଅର୍ଥବ୍ୟବସ୍ଥା ନେଇଛି ଶୀର୍ଷାସନ,

ଜନତାକୁ ମିଳୁ ନାହିଁ କୌଣସି ଆଶ୍ଵାସନ |୧|


ଦିନକୁଦିନ ସମାଜରେ ବଢିଲେଣି ଦୁର୍ଯ୍ୟୋଧନ ଦୁଃଶାସନ,

ଭ୍ରଷ୍ଟାଚାରୀ ଦୁରାଚାରୀ ଶକୁନିଙ୍କୁ ଦିଆଯାଉ ନାହିଁ ନିଷ୍କାସନ,

ନୀତିବାଦୀ ଅର୍ଥନୀତିଜ୍ଞ ବିଦୁରଙ୍କୁ ମିଳୁଛି ଅପମାନ ନିର୍ବାସନ,

ସରକାର ଏମିତି ଚାଲିଲେ ଦେଶରେ କେମିତି ରହିବ ସୁଶାସନ |୨|


ପ୍ରଜା ଦେଉଥିବା ଅନୁଶୀଳନକୁ ମିଳୁନି ଶ୍ୱସନ,

ନିର୍ଲଜ ରାଜନେତା କାହିଁକି ନେଇଛନ୍ତି ଆସନ,

ପଦବିଧାରୀ ଶୀଘ୍ରଶୀଘ୍ର ଛାଡ଼ନ୍ତୁ ନିଜ ପଦ୍ମାସନ,

ଆତ୍ମଚିନ୍ତନ ଅଭାବରେ ରଜା ଛାଡ଼ନ୍ତୁ ସିଂହାସନ |୩| 


ବୁଦ୍ଧିସମ୍ପନ୍ନ ବୁଦ୍ଧିଜୀବିଙ୍କର ହେଲାଣି ପ୍ରବାସନ,

ଅବୈଧ ଶରଣାର୍ଥୀଙ୍କର ବଢ଼ିଲାଣି ଅପ୍ରବାସନ,

ଶାସନତନ୍ତ୍ରରୁ ପଛେଇବ ଯଦି ଆମର ଶାସନ, 

ତେବେ ଲୋକତନ୍ତ୍ରର ନିଶ୍ଚିତ ହେବ ଅବସାନ |୪|


Rate this content
Log in