Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

2  

Raja Sekhar CH V

Others

ବହୁମୂଲ୍ୟ ବହି

ବହୁମୂଲ୍ୟ ବହି

1 min
163


ରଚନା : ଶ୍ରୀ ରାଜଶେଖର ସି 'ଚିମା'


ମନୁଷ୍ୟ ସୃଜନ ର ମାଣିକ୍ୟ ଯେ ବହୁମୂଲ୍ୟ ବହି,

କାଗଜ କାଗଜ ରେ ତତ୍ତ୍ୱଜ୍ଞାନ ଲେଖି ସୃଷ୍ଟି କରିଲା ଅତିମର୍ତ୍ତ୍ୟ ବହି |୧|


ବହି ଅଛନ୍ତି ଯେ ବିଭିନ୍ନ ପ୍ରକାର,

ଅବସ୍ଥିତ ଅଛି ଯେଉଁଠି ଜ୍ଞାନ ଅପାର |୨|


ଛୋଟ ପିଲାଙ୍କୁ ମିଳିଲା ଛବିଳ ମଧୁ ବର୍ଣ୍ଣବୋଧ,

ଅମୁଲ୍ୟ ଶ୍ରୀ ମଧୁସୂଦନ ରାଓଙ୍କ ପ୍ରଣୀତ ଅକ୍ଷର ବୋଧ |୩|


ବହି ର ଅଛି କେତେ ଯେ ଶ୍ରେଣୀ,

ଭଗବତଗୀତା ହେଉଛି ସନାତନ ଧର୍ମ ର ମଉଡ ମଣି |୪|


ବିଶିଷ୍ଟ ବିଦ୍ୟା ଅବଦାନ କରେ ପ୍ରତ୍ୟେକ ପୁସ୍ତକ,

ଯାହା ଦ୍ୱାରା ବିଚାରଶକ୍ତି ମେଧାଶକ୍ତି ସଂପ୍ରାପ୍ତି କରେ ଆମ ମସ୍ତକ |୫|


ବହି ପରି ଅନନ୍ୟ ସ୍ରୋତ ରୁ ପ୍ରାପ୍ତି ହେଲା ବେଦଶାସ୍ତ୍ର ଭାଗବତ ଶ୍ରୀଲକ୍ଷ୍ମୀପୂରଣ,

ଆମ ମହାକବି ମହାଲେଖକ ଗ୍ରନ୍ଥ କାବ୍ୟ ରଚନା ରେ ଥିଲେ ବହୁ କର୍ତ୍ତବ୍ୟପରାୟଣ |୬|


ପୁସ୍ତକଙ୍କ ଖଣି ରେ ପରିପୂର୍ଣ ଥାଏ ପୁସ୍ତକାଳୟ,

ପ୍ରତି ବିଦ୍ୟାର୍ଥୀ ହେତୁ ସର୍ବଦା ଏହା ବିଦ୍ୟାଦାତ୍ରୀଙ୍କ ଦେବାଳୟ |୭|


ବହି ଯୋଗୁଁ ମିଳିଲା ଆମକୁ ଶ୍ରୀ ଜଗନ୍ନାଥଙ୍କ ଅମୃତବାଣୀ,

ବର୍ଷ ବର୍ଷ ଧରି ଭକ୍ତଙ୍କ ମନରେ ରହିବ ଯାହାର ଭକ୍ତିପୂର୍ଣ୍ଣ ଚାହାଣି |୮|


ପୁସ୍ତକ ହେଉଛନ୍ତି ପ୍ରତି ଇଚ୍ଛୁକ ପାଠକଙ୍କର ପୃଷ୍ଠପୋଷକ,

ନିଃସର୍ତ୍ତ ନିଃସ୍ୱାର୍ଥ ସେବା କରି ହେଇଛନ୍ତି ପରିମଳ ପୁଷ୍ପକ |୯|



Rate this content
Log in