ଭାଗଶେଷ
ଭାଗଶେଷ
1 min
6.7K
ମୁଠେ ସ୍ୱପ୍ନ ସହ
ବାସ୍ତବତାର ହରଣରେ
ଭାଗଶେଷ କିଛି
ହତାଶା ଓ କ୍ଷୋଭ
ଆଞ୍ଜୁଳାଏ ଅଭିପ୍ସା ସହ
ସାମର୍ଥର ହରଣରେ
ଭାଗଶେଷ କିଛି
ଅସହାୟତା ଓ ଅପ୍ରାପ୍ତି
ଚେନାଏ ସ୍ଵୀୟ ପୃଥିବୀ ସହ
ସମ୍ପର୍କର ହରଣ ରେ
ଭାଗଶେଷ କିଛି
ଅସଫଳ ପ୍ରୀତି ଗପ
ବିନିଦ୍ର ରଜନୀର ଅଶ୍ରୁ ସହ
ସାଲିସର ହରଣରେ
ଭାଗଶେଷ କିଛି
ଅବରୁଦ୍ଧ ଅସ୍ପଷ୍ଟ କୋହ
ଜୀବନ ଗଣିତରେ ସବୁ
ହରଣ ପ୍ରକ୍ରିୟା ଏମିତି
ଅଛିଣ୍ଡା ଗଣିତର ସମାବେଶ
ପ୍ରାପ୍ତି ଖାଲି ତିକ୍ତ ଭାଗଶେଷ
ପଚାରନି କାହିଁକି
ଏ ବିଦଗ୍ଧ ମନୋଦଶା ?
କାରଣ ଜାଣ ତୁମେ
ଏତ ଆମ ଗଣିତ କଷା ।
*ସୌମ୍ୟା ଶୁଭଦର୍ଶିନୀ*