ତୁମ ଗାଆଁ
ତୁମ ଗାଆଁ
ଦେହ ସିନା ଆମ ଅଛି ବହୁଦୂରେ
ମନ ଝୁରେ ନିରନ୍ତରେ
ତୁମ କଥା ଯେବେ ମନେ ପଡ଼ିଯାଏ
ନୟନୁ ଲୋତକ ଝରେ।
ଦୂର ପାହାଡ଼ ର ପଥର ଦେହରେ
ସୁରୁଜ ଅଳପ ଦିଶେ।
ତୁମ ଗାଆଁ ବାଟେ ଚାଲିଗଲା ବେଳେ
ଗାଆଁ ତୁମ ପରି ବାସେ ....
ପୋଖରୀ କୂଳରେ ସୁରୂଜ ଦେବତା
ସୁନେଲି କିରଣ ଦିଏ
ନିର୍ମଳ ଜଳ ରେ କୁମୁଦିନୀ ପାଶେ
ଭଅଁର ଯେ ଗୀତ ଗାଏ
ଧାଡି ଧାଡି ହୋଇ ତାଳ ଗଛ କେତେ
ଆକାଶ କୁ ଚାହିଁ ହସେ
ତୁମ ଗାଁଆ---------------।
ପାଚିଲା ଧାନ ର କିଆରୀରେ ପୁଣି
ସୁନାର ଫସଲ ଖେଳେ
ଗାଇ ଜଗୁଆଳି ଘର କୁ ଫେରଇ
ଗାଇ ନେଇ ସଞ୍ଜ ବେଳେ।
ଗୋଧୂଳି ଲଗନେ ଅନ୍ତିମ ତପନେ
ମାଟି ମହ ମହ ବାସେ।
ତୁମ ଗାଁଆ--------------।
ସଂଜ ନଇ ଗଲେ ରାତିର ଅନ୍ଧାରେ
ଆକାଶ କୁ ଯେବେ ଚାହେଁ
ହୀରା ମୋତି ପରି ତାରା ଗହଣରେ
ଚାନ୍ଦ ଖେଳେ ନଭ ଦେହେ
କେମିତି ଭୁଲିବି ପ୍ରିୟତମା ମୋର
ସ୍ମୃତିସବୁ ଝରିଆସେ
ତୁମ ଗାଆଁ------------------- ।