Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Others

2  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ଦୁଃଖୀ

ଦୁଃଖୀ

1 min
6.7K


ରାମଚନ୍ଦ୍ର ସେଠୀ


ଭିକ ମାଗୁଥିବା ପିଲାଟିକୁ

ଦିନେ ପଚାରି ଦେଲି ,

ପାଠ ତୁ ନପଢି କାହିଁ ପାଇଁ

ଭିକ ମାଗୁଛୁ ବୋଲି ,

ଏ ବୟସ ତୋର ଖେଳକୁଦ

ପାଠ ପଢିବା ପାଇଁ ,

କାହିଁକି ନ ପଢି ଭିକ ମାଗୁ

ବାର ଦୁଆରେ ଯାଇ ,

ପିଲାଟି କହିଲା ସାହା ବୋଲି

ମୋର ନାହାଁନ୍ତି କିଏ ,

ଘରେ ବୁଢୀ ମାଆ ଅଶିବରଷର

ଅନ୍ଧୁଣୀ ସିଏ ,

ଭିକ ନ ମାଗିଲେ କିଏ ଦବ ବାବୁ

ପେଟକୁ ଭାତ ,

ସେଇ ଯୋଗୁ ମୁହିଁ ବାରଘର ବୁଲି

ପାତୁଛି ହାତ ,

ପାଠ ମୁଁ ପଢିଲେ ଅନ୍ଧୁଣୀ ମାଆକୁ

ପୋଷିବ କିଏ ,

ପାଠ ପଛେ ଲୋଡ଼ା ଆଗ ଲୋଡ଼ା ମୋର

ପଇସାଟିଏ ,

ଶୁଣି ତା’ର କଥା ଲୁହ ଛଳଛଳ

ହେଲା ମୋ ଆଖି ,ଭାବିଲି ,

ହେ ପ୍ରଭୁ କେମିତି ସହୁତା’ ଦୁଃଖ ଦେଖି ।



Rate this content
Log in