Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

2  

Raja Sekhar CH V

Others

ମିଠା ମିଠା ସପନ

ମିଠା ମିଠା ସପନ

1 min
3.1K


ରଚନା : ଶ୍ରୀ ରାଜଶେଖର ସି 'ଚିମା'


ପ୍ରତି ମଣିଷ ଦେଖେ ଦିନ ରାତି ମିଠା ମିଠା ସପନ,

ଯାହା କରାଏ ନିଜ ଅଭିଳାଷା ର ଜ୍ଞାପନ |୧|


ପ୍ରତି ମାତା ପିତାଙ୍କ ଥାଏ ସନ୍ତାନ ପ୍ରତି ସୁନ୍ଦର ସ୍ୱପ୍ନ,

ନିଜ ସନ୍ତତି ର ଅଭିବୃଦ୍ଧି ସମୃଦ୍ଧି ହେତୁ ନିଅନ୍ତି ନାନା ଯତ୍ନ |୨|


ଶ୍ରୀ ଜଗନ୍ନାଥ ପୁରୀ ପଣ୍ଡିତଙ୍କୁ ସ୍ୱପ୍ନାଦେଶ ଦିଅନ୍ତି କାକଟପୁର ମାଆ ମଙ୍ଗଳା,

ଶ୍ରୀଜୀଉଙ୍କ ନବକଳେବର ପରମ୍ପରା କୁ ମିଳେ ଏକ ବିଧିପୂର୍ବକ ଶୃଙ୍ଖଳା |୩|


କଳ୍ପନା ହିଁ ପ୍ରଦାନ କରେ ଉଚ୍ଚାଭିଳାଷୀ କୁ ଇଚ୍ଛାଶକ୍ତି ,

ଯାହା ଦ୍ୱାରା ସମ୍ଭବ ହୁଏ ନିଜ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ର ସାମ୍ପ୍ରାପ୍ତି |୪|


ପ୍ରତି ପ୍ରେମିକ ମନ ରେ ସ୍ଥାପିତ ହୋଇ ଥାଏ ଏକ ସ୍ୱପ୍ନ ସୁନ୍ଦରୀ,

ସନ୍ଧାନ ସଫଳ ହେଲେ ଲାବଣ୍ୟବତୀ ପରିଣତ ହୁଏ ସୁବର୍ଣ୍ଣ ସୁନ୍ଦରୀ |୫|


ଜନତା ଜନାର୍ଦ୍ଦନଙ୍କୁ ବହୁ ସୁନେଲି ସୁନେଲି ସପନ ଦେଖାନ୍ତି ଚାଟୁକାର ରାଜନୀତିଜ୍ଞ,

ଜନମତ ଜୟ କରିବା ପାଇଁ ମିଠା ମିଠା ମିଥ୍ୟା ପ୍ରତିଜ୍ଞା ଦେବାରେ ବହୁ ପ୍ରଜ୍ଞ ଅଭିଜ୍ଞ |୬|


ସୁରମ୍ୟ ସ୍ୱପ୍ନ ଦେଖନ୍ତି ବିଭିନ୍ନ କ୍ଷେତ୍ର ର ଭିନ୍ନ ଭିନ୍ନ ଶିଳ୍ପୀ କଳାକାର,

ନିଜ ପ୍ରଗାଢ଼ ପରିଶ୍ରମ ରୁ ହୁଏ ତାଙ୍କର ସମସ୍ତ କୃତସଙ୍କଳ୍ପ ସାକାର |୭|


ନିଜ ମାନସିକ ଭାବନା କୁ ଦେବାର ଅଛି ସଦ୍ଗତି,

ମିଠା ମିଠା ସ୍ୱପ୍ନ ସତ୍ୟ ହେଲେ ଜୀବନ ରେ ଭରିବ ସୁମତି |୮|


Rate this content
Log in