Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

5.0  

Dipti lekha Mishra

Others

ଡାକରା

ଡାକରା

1 min
370




ଭାଇ ଡାକ ଯଦି ଭଲ ଲାଗିଲାନି

କହିଥାନ୍ତ ଯଦି ଥରେ

ସତ କହୁଛି ମୁଁ ଡାକିଥାନ୍ତି ସତେ

ଆରମ୍ଭ ଦିନରୁ ସାରେ ॥


ସ୍ବାମୀ ଶ୍ବଶୁରଙ୍କୁ ଛାଡିଦେଲେ ଜାଣ

ସଭିଙ୍କୁ ଡାକଈ ଭାଇ

ଶିଶୁମନ୍ଦିର ଢାଂଚା ଭୂଲି ନ ପାରି

ପାଟି ଚାଲେ ସାଈଁ ସାଈଁ ॥


ପ୍ରଥମରୁ ଯିଏ ଡାକେ ଅତି ସ୍ନେହେ

ମୋର ନାମ ଛୋଟ କରି

ସେମାନଙ୍କୁ ଗୁରୁଜନ ମନେ କରି

ଡାକିଦିଏ ମୁଁ ଯେ ଭାଇ ॥


ଡାକେ ଯିଏ ମୋତେ ମ୍ୟାଡାମ୍ କହିକି

ସାର୍ ତାଙ୍କୁ ଡାକୁଥାଈ

ସାଙ୍ଗ ବୋଲି ଯିଏ କରେ ସମ୍ଭୋଧନ

ସାଙ୍ଗ ବୋଲି କହୁଥାଈ ॥


ମଣିଷ ମାତ୍ରକେ ହୁଅଇ ଯେ ଭୂଲ୍

କ୍ଷମା କରିଦେବ ମୋତେ

ଯେସାକୁ ତେସା ଯେ କରିବାର ଗୁଣ

ଛାଡି ପାରୁନାହିଁ ସତେ ॥


ଦିପ୍ତୀଲେଖା ମିଶ୍ର


Rate this content
Log in