STORYMIRROR

Sanjay kumar Panda

Others

5.0  

Sanjay kumar Panda

Others

ଇ-ମାନବିକତା

ଇ-ମାନବିକତା

1 min
314


ସର୍ବେ ଆଜି ବ୍ୟସ୍ତ ସଦା

ଆତ୍ମ ବିଜ୍ଞାପନେ,

ଆତ୍ମ ପ୍ରଚାରେ,

ସର୍ବେ ବ୍ୟାକୁଳିତ ସେହି

ଚନ୍ଦ୍ରବଦନଟିକୁ ଦେଖେଇବା ପାଇଁ

କ୍ୟାମେରା ଆଗରେ

ଇଁ କରି ବତିଶ ଦେଖେଇ।

କେବେ ଡୁବିଯାଉଥିବା ମଣିଷର

ଆର୍ତ୍ତଚିତ୍କାର ସହିତ,

କେବେ ପୋଡ଼ି ଯାଉଥିବା ଘରେ

ଫାଙ୍କ ଦେଇ ସାହାଯ୍ୟ ଭିକ୍ଷା କରୁଥିବା

ଦରପୋଡା ମଣିଷ ସହ,

ତ ପୁଣି କେବେ

ମରିଯାଇଥିବା ଲୋକର

ସନ୍ତପ୍ତ ପରିବାର ସହ ।

କ୍ଷୁଧାର୍ତ୍ତର ବିକଳିଆ ହାତରେ

ଦୁଇଟି ଅଧାପଚା କଦଳୀ ଦେଇ

ନେଇଯାନ୍ତି ମନଇଚ୍ଛା ସେଲ୍ଫି,

ମାଗଣା ପବ୍ଲିସିଟି ପାଇଁ ।

ଯୋଡିହୁଏ ମାନବିକତାର ନୂଆରୁପ ।

ପରଦିନ ଚା'ଦୋକାନରେ

ଖଟିମାରିଲାବେଳେ,

ମୋବାଇଲର ଗ୍ୟାଲେରୀରୁ ଛବିଦେଖି

ବନ୍ଧୁ କେତେଜଣ କହିପକାନ୍ତି-

"ସାଧୁ ! ସାଧୁ ! ସାଧୁ ! "

ବାବୁଟିକେ ପେଟକୁ ଟାଣିନିଅନ୍ତି ଭିତରକୁ

ଛାତିଟା ଫୁଲେଇବାକୁ

କେଇ ମୁହୂର୍ତ୍ତ ପାଇଁ ।

ଏହାକୁ ତ କୁହନ୍ତି ଇ-ମାନବିକତା

"ଇଲେକ୍ଟ୍ରୋନିକ୍ସ ମାନବିକତା ।"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍