Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Others

1.0  

Prasant Kumar Nath

Others

କାହିଁକି

କାହିଁକି

1 min
299



କାହିଁକି ଆସିଲ ହୃଦୟକୁ ମୋର

ତୋଳିଲ କାହିଁକି ଘର

ଯଦିବା ତୋଳିଲ ଚାଲିଗଲ କହି

କରିଦେଇ ପୁଣି ପର ।


କାହିଁ ଦେଖେଇଲ ନୂଆ ଏକ ସ୍ୱପ୍ନ

ଜୀବନକୁ ମୋର ଆସି

ଯଦି ଦେଖେଇଲ କାହିଁକି ଭାଙ୍ଗିଲ

ପାଇଲ କି ଅବା ଖୁସି ।


କିଏ କହିଥିଲା ସାଥିରେ ମୋହର

ସମ୍ପର୍କ ଯୋଡିବା ପାଇଁ

ଯୋଡ଼ିଦେଲା ପରେ ସେହି ସମ୍ପର୍କକୁ

ଭାଙ୍ଗିଦେଲ ଆଜି କାହିଁ ।


ହାତ ଧରି ମୋର ବାଟ ଚାଲିବାକୁ

ଦେଉଥିଲ କାହିଁ କଥା

ଦେଇଥିବା କଥା କେମିତି ଭୁଲିଲ

ମୋ ମନରେ ଭାରି ବ୍ୟଥା ।


ଅଧବାଟେ ଯଦି ଛାଡିଯିବା ଥିଲା

ଆସୁଥିଲାଗୋ କାହିଁକି

କିଲାଭ ପାଇଲି କହିଦିଅ ପ୍ରିୟା

ତୁମକୁ ମୁଁ ଭଲ ପାଇକି ।



Rate this content
Log in