STORYMIRROR

SARATA KUMAR DAS

Children Stories

3  

SARATA KUMAR DAS

Children Stories

କୁହ କୁହ ପିଲେ

କୁହ କୁହ ପିଲେ

1 min
257


କୁହ କୁହ ପିଲେ 

     ଫୁଲ ଠାରୁ ଆଉ କିଏ ସେ 

ସୁନ୍ଦର ଅଛି ?

     ମହକରେ ନିତି ଅମୃତ 

ଭରି ଦେଉଛି ।।


କୁହ କୁହ ପିଲେ

      ଜହ୍ନ ଠାରୁ ଆଉ କିଏ ସେ

କୋମଳ ଅଛି ?

     ଜୋଛନାରେ କେତେ ମନ ସେ

କିଣି ନେଉଛି  ।।


କୁହ କୁହ ପିଲେ

     ସରଗଠୁ ବଳି କିଏ ସେ

ବିଶାଳ ଅଛି ?

     ପରାଣେ ଆମ ମହାନତା

ଭରି ଦେଇଛି  ।।


କୁହ କୁହ ପିଲେ 

    ପାହାଡଠୁ ବଳି ଧୈର୍ଯ୍ୟଶୀଳ

କିଏ ଅଛି ?

    ବିପଦେ ଧୈର୍ଯ୍ଯ ଧରିବାକୁ 

ଶିକ୍ଷା ଦେଉଛି  ।।  

   

କୁହ କୁହ ପିଲେ

   ସାଗରଠୁ ବଳି କିଏ ସେ

ଗଭୀର ଅଛି ?

   କେତେ ନଦ ନଦୀ ତା' ହୃଦେ

ମିଶି ଯାଉଛି   ।।


କୁହ କୁହ ପିଲେ 

     ଝରଣାଠୁ ବଳି କିଏ ସେ 

ଖୁସିରେ ଅଛି

    କଳ କଳ ନାଦେ ଝର ଝର

ଝରି ଯାଉଛି  ।।


କୁହ କୁହ ପିଲେ 

    ମା' ଠୁ ବଳି ଆଉ କିଏ ସେ

ଦରଦୀ ଅଛି ?

   ସନ୍ତାନ ପାଇଁ ଘିଅବତୀ 

ଜାଳି ଦେଉଛି  ।।



Rate this content
Log in