STORYMIRROR

Kalpana Kumari Pradhan

Others

3  

Kalpana Kumari Pradhan

Others

ପ୍ରେମର ସଂଜ୍ଞା

ପ୍ରେମର ସଂଜ୍ଞା

1 min
186

ପ୍ରେମ କେବେ କାହାପାଇଁ

    ଇନ୍ଦ୍ରିୟ ର ସୁଖ

ପୁଣିକେବେ ଅତିଇନ୍ଦ୍ରିୟ ଚେତନା

    ନାହିଁ ବିରହର ଦୁଃଖ l


 ରୂପଜ ମୋହରେ ମୋହିତ

    କେଉଁଠି ବା ପ୍ରେମ

  ଆତ୍ମିକ ସୌନ୍ଦର୍ଯ୍ୟରେ ବିଭୋର

     ଜାଣେନା ତା ନାମ l


ସୌନ୍ଦର୍ଯ୍ୟ ସିନା ଜରାଗ୍ରସ୍ଥ

    ଦିନେ ମଉଳି ଯିବ

ପ୍ରେମ ଅଟେ ଅବିନାସି

   ସତ୍ତା ଯୁଗେଯୁଗେ ଥିବ l


ଦେହଜ ପ୍ରେମର ଅନ୍ତ

   ନଷ୍ଟ ହୋଇଗଲେ ତନୁ

ଅମୃତ ପ୍ରେମ ମୃତ୍ୟୁପରେ

   ମଧ୍ୟ ଲିଭେନା ମନୁ l



Rate this content
Log in